ସେବା ହିଁ ଈଶ୍ୱର
ସାରଦା ପ୍ରସାଦ ମିଶ୍ର
ପୂତ ନୀରା ମନ୍ଦ ଗ।ମିନୀ
ଚିତ୍ରୋତ୍ପଳା ତଟିନୀ
କୂଳଦେଶ ମଣ୍ଡି ବିରାଜେ
ଶ୍ୟାମ ପ।ଦପ ଶ୍ରେଣୀ ।
ଚତୁର୍ମ। ସ୍ୟା ଅନ୍ତେ ନଦୀଟି
ହୁଏ ଶୁଷ୍କ ସଲିଳ।
ଉଜ୍ଜ୍ବଳ ସିକତ। ବେଳ।ର
ମଧ୍ୟେ ସଂକୀର୍ଣ୍ଣ ଧାରା।
ନଦୀ ତଟେ ଏକ ମନ୍ଦିରେ
ବିଜେ ରାଧା ମାଧବ
ଶୁକ ପରୀକ୍ଷିତ ଆଶ୍ରମ
ଅଛି ମନ୍ଦିର ଠାବ ।
ଏକଦା ଆଶ୍ରମେ ପୁରୋଧା
ଥିଲେ ବାବା ଚୈତନ୍ୟ
ଶାନ୍ତ ସୁଗଠିତ ଶରୀର
ମୁଖ ସଦା ପ୍ରସନ୍ନ।
ମାଧବଙ୍କ ସେବା ସଙ୍ଗତେ
ଦୁସ୍ଥ ମାନବ ସେବା
କାୟ ମନ ବାକ୍ୟ ଉତ୍ସର୍ଗ
ତାଙ୍କ ରଜନୀ ଦିବା।
ଆଶ୍ରମର ଉପବନ ଟି
ବାବା ପବିତ୍ର କରେ
ସଯତ୍ନ ବର୍ଦ୍ଧିତ ପ।ଦପ
ଜନ ନୟନ ହରେ ।
ଔଷଧୀୟ ବୃକ୍ଷ ସହିତ
ପୁଷ୍ପ ଭରା ପ।ଦପ
ଆଶ୍ରମର ପରିବେଶକୁ
ଦିଏ ସୁନ୍ଦର ରୂପ ।
ଦେବ ଆରାଧନା ସହିତ
ରୋଗୀ ଚିକିତ୍ସା କରି
କତିପୟ ଅଧିବାସୀଙ୍କ
ବାବା ପ୍ରିୟ ସବୁରି ।
ଥରେ ବିସୁଚିକା ବ୍ୟାପିଲା
ଅତି ପ୍ରବଳ ହୋଇ
ମହାମାରୀ ରୂପ ଧରିଣ
ବହୁ ପ୍ରାଣ ନ।ଶଇ ।
ରୋଗର ଚିକିତ୍ସା ପାଇଁକି
ଏକ ଭରସା ବାବା
ଗ୍ରାମେ ଗ୍ରାମେ ବୁଲି ରୋଗୀଙ୍କ
କରୁଥିଲେ ସେ ସେବା ।
ନିକଟସ୍ଥ ଏକ ବାଳିକା
ହେଲା ରୋଗେ ଆକ୍ରାନ୍ତ
ସନ୍ଧ୍ୟା ବେଳେ ତାର ଜନକ
ବାବାଙ୍କୁ କଲା ସାକ୍ଷାତ ।
ଆକୁଳେ ଡାକିଲା ଘରକୁ
ଝିଅ ଚିକିତ୍ସା ପାଇଁ
ବାବାଙ୍କ ଶରୀର ଅବଶ
ଯାଇ ପାରିଲେ ନାହିଁ ।
ମୁରଲୀ ଧରଙ୍କୁ ଆକୁଳେ
ଅଭିପ୍ରାୟ ଜଣାଇ
ଡା କୁ ଡ।କୁ କ୍ଳାନ୍ତ ବାବାଜୀ
ଧୀରେ ପଡ଼ିଲେ ଶୋଇ।
ନିଦ୍ରା ତେଜି ବାବା ଝିଅର
ଘରେ ମିଳିଲେ ଯାଇଁ
ବାଳିକାର ପିତା ବାବାଙ୍କୁ
କହିଲେ ଆଶ୍ଚର୍ଯ୍ୟ ହୋଇ ।
“ଆପଣ ଯିବା ପରେ ଏଠୁ
ଝିଅ ଛାଡ଼ିଲା ପ୍ରାଣ
ଲେଖାଥିଲା ତାର ଲଲ।ଟେ
ଆୟୁ ଏତିକି ଦିନ ।
ପୁନର୍ବାର କାହିଁ ଆସିଲେ
କରି ଅନେକ କଷ୍ଟ”
ବାବା ଜାଣିଲେ ତାଙ୍କ ରୂପ
ନେଇ ଆସିଥିଲେ ଶ୍ରୀକୃଷ୍ଣ ।
ଯେତେବେଳେ ସିଏ ଆଶ୍ରମେ
କରିଥିଲେ ଶୟନ
ତାଙ୍କ ରୂପେ ଆସି ସେଠାରେ
ଥିଲେ ନନ୍ଦ ନନ୍ଦନ ।
ଊର୍ଦ୍ଧେ ତୋଳି ବେନି ବାହୁ କୁ
ବାବାଜୀ ଶ୍ରୀ ଚୈତନ୍ୟ
ରାଧା ମାଧବଙ୍କ ଚରଣେ
ଯାଇଥିଲେ ଶରଣ ।
ଆରତ ପ୍ରାଣୀଙ୍କ ସେବାରେ
ରତ ଯେଉଁ ମନୁଷ୍ୟ
ତା ଉପରେ ଦୟା ରଖନ୍ତି
ପ୍ରଭୁ ଶ୍ରୀ ହୃଷୀକେଶ ।
