ଗ୍ରହଣର ଅଟ୍ଟହାସ
ସାରଦା ପ୍ରସାଦ ମିଶ୍ର
ବରଷ ମଧ୍ୟରେ ଯେବେ ଯେବେ ଆସେ
ଗ୍ରହଣ ପରାଗ ଦିନ
ହେତୁବ।ଦୀ ଗଣ ଆମିଷ ଭୋଜନ
କରିଥାନ୍ତି ଏହିଦିନ ।
ନିଜକୁ ତିଆରି କରି ଭଲ ରୂପେ
ଆସନ୍ତି ଗଣ ମାଧ୍ୟମ
ଆଖି ଝଲସିବା ପୋଷାକକୁ ପିନ୍ଧି
ଦେଇଥାନ୍ତି ଦରଶନ ।
ଦୂର ଦର୍ଶନ ଉପସ୍ଥାପକ ଗଣ
ଜ୍ୟୋତିଷଙ୍କୁ ସଙ୍ଗେ ନେଇ
ଟି ଭି ପରଦାକୁ କମ୍ପମାନ କରି
ଭାଷଣ ଚାଲନ୍ତି ଦେଇ ।
ସେଥିମଧ୍ୟେ କିଛି ଇସାହି ପଣ୍ଡିତ
ହିନ୍ଦୁ ଆରାଧ୍ୟ ମାନଙ୍କୁ
ପରିହାସ କରି କରିଥାନ୍ତି ଯୁକ୍ତି
ଭାବନ୍ତି ଉଚ୍ଚେ ନିଜକୁ ।
ବୁଝି ହୁଏ ନାହିଁ ଏହାର ଫଳରେ
କିବା ଲାଭ ସମାଜର
କେବଳ ପରିଚୟ ପ୍ରସାର ନିମନ୍ତେ
ଅଭିପ୍ରାୟ ଏ କ।ର୍ଯ୍ୟର ।
ଅସହିଷ୍ଣୁ ପରମ୍ପରା ବାଦୀ ଗଣ
କ୍ରୋଧରେ ହରାଇ ଜ୍ଞାନ
ହେତୁବାଦୀଙ୍କର ଭୋଜି ଆସର ରେ
କରିଥାନ୍ତି ଆକ୍ରମଣ ।
ଏହାଦ୍ବାରା କଣ ଲାଭ ଅବା କ୍ଷତି
ଜଣା ପଡେନି ଆମକୁ
କରୁ ଅନୁରୋଧ ନିବୃତ ହୁଅନ୍ତୁ
ଏହିପରି କରିବାକୁ ।

ଗୁରୁ ଦିବସ


ଲେଖକ ସମସ୍ତଙ୍କୁ ସମଜ୍ଜ୍ୱଳ ଭାବେ ଅନୁରୋଧ କରି ପ୍ରସ୍ତାବ ଦେଉଛନ୍ତି—ଏପରି ଅନାବଶ୍ୟକ ଭିନ୍ନମତ, କଟୁତା ଏବଂ ଅପ୍ରସଙ୍ଗିକ ବିତର୍କକୁ ବିରତ କରିବାରେ ସାମୂହିକ ଉତ୍ସାହ ଦେଖାଯାଉ।
ଏପରି କ୍ରିୟାକଳାପରେ କୌଣସି ଲାଭ କିମ୍ବା କ୍ଷତି ସାମାଜିକ ଭାବେ ନ ହୋଇପାରିବାର ଚେତାବନୀ ଏଠାରେ ରହିଛି।
ଗ୍ରହଣଦିନରେ ବିଭିନ୍ନ ଲୋକ ନିଜ ନିଜ ବିଶ୍ୱାସ ଏବଂ ପ୍ରଥା ଅନୁସାରେ କାର୍ଯ୍ୟ କରନ୍ତି—କିଏ ଆମିଷ ଭୋଜନ କରେ, କିଏ ଶୁଧ୍ଧ ଆଚାର ଅନୁସରଣ କରେ।
ଖୁବ ସୁନ୍ଦର ସାମ୍ପ୍ରତିକ ପରିସ୍ଥିତି କୁ ନେଇ ଲେଖାଟି ଭଲ ଲାଗିଲା 👌🙏
Pingback: ମା ଆସୁଛନ୍ତି - UniverseHeaven