ଯୁଗ ସ୍ରଷ୍ଟା ରାଧାନାଥ
ସାରଦା ପ୍ରସାଦ ମିଶ୍ର

ମସ୍ତକ ମୋର ଯାଏ ନଇଁ
ତବ ଚରଣର ସ୍ପର୍ଶ ପାଇଁ
ଲେଖନୀର ତୁମ କାଉଁରୀ ପରଶ
ମୁଗ୍ଧ କଲା ଏ ଓଡ଼ିଶା ଭୂଇଁ ।
ଅଳଙ୍କାର ଛନ୍ଦ ପରିହରି
ସରଳ ଭାଷାକୁ ନେଲ ବରି
ଛୁଇଁ ଗଲା ତାହା ସବୁରି ମନକୁ
ପ୍ରଶଂସା କଲେ ପାଠକେ ଭୂରି ଭୂରି।
ରଚିଥିଲ ତୁମେ ମେଘଦୂତ
ମହାକବି କାଳିଦାସ କୃତ
ପ୍ର।କୃତ ବନ୍ଧେ ସରଳ ଛନ୍ଦେ
ଓଡ଼ିଆଙ୍କୁ କଲ ଅବଗତ।
ନୀଳାମ୍ବୁ ଚିଲିକା ରୂପ ଶୋଭା
ତୁମେ କଲ ତାକୁ ମନଲୋଭା
ତଟ ଶ୍ୟାମଳିମା ବିହଗ ବିଳାସ
ପଢ଼ିହେଲେ ସର୍ବେ ଆବା କାବା।
ଚନ୍ଦ୍ରଭାଗା କାବ୍ୟ ମାଧୁରୀମା
କେଦାର ଗଉରୀ କଳପନା
ଲମ୍ପଟ ସ୍ୱାମୀକୁ ବିନ।ଶି ପାର୍ବତୀ
ଦେଖାଏ ନାରିତ୍ଵ ଗାରିମା।
ଉଷା ନନ୍ଦୀ କେଶ୍ୱରୀ କାହାଣୀ
ପାଣ୍ଡବଙ୍କ ସ୍ଵର୍ଗ।ରୋହଣ ବାଣୀ
ମହ।ଯାତ୍ର। ମହା କ।ବ୍ୟେ
ଦେଇଥିଲା ରୂପ ତୁମ ଲେଖନୀ ।
ଏ ସମସ୍ତ କାବ୍ୟ କୃତି
ଯାହା ପାଇଛି ଓଡ଼ିଆ ଜାତି
ଚିର କାଳ ତାହା ଅଜର ଅମର
ଅମଳୀନ ତଵ କୀର୍ତ୍ତି।
ଆହେ ମହାଭାଗ ରାଧାନାଥ
ସମାଲୋଚନା କରି ନପାରେ ବିଚ୍ୟୁତ
ତୁମେ ହିଁ ଏକମାତ୍ର ଯୁଗ ସ୍ରଷ୍ଟା
ଉତ୍ତର ପୁଋଷେ ଦେଖାଇଲ ନୂଆ ପଥ ।

