ବରଷ ଶେଷର ମିଳନ
ସାରଦା ପ୍ରସାଦ ମିଶ୍ର
ଇଂରାଜୀ ବରଷ କଡ ଲେଉଟିବ
ଆଜି ତାର ଶେଷ ଦିନ
ଆନନ୍ଦେ ବିଷ।ଦେ ବିତିଥିବା କ୍ଷଣ
ଛାଡିଯାଏ ତାର ଚିହ୍ନ ।
ପୁରାତନ କଥା ଭୁଲି ନୂତନକୁ
କରିବାକୁ ଅଙ୍ଗୀକାର
ସେବାରୁ ନିବୃତ୍ତ ରାଜସ୍ବ ବିଭାଗ
ଅଧିକାରୀଙ୍କ ଆସର ।
ପ୍ରାଣୀ ଉଦ୍ଭିଦର ଉଦ୍ୟ।ନେ ଶୋଭିତ
ଆମ ନନ୍ଦନ କାନନ
ସେହିଠାରେ ଶୋଭା ମଣ୍ଡନ କରୁଛି
ଆଶୀର୍ବାଦ ଉପବନ ।
ନରମ ଖରାର ଆଲୋକ ମଦିରା
ବିଛୁରିତ ଭୂମିପରେ
ଚଉକି ପକାଇ ନରନାରୀ ବସି
ଗଳ୍ପେ ମଜି ଆପଣାରେ l
ପକୋଡା ,ବାଇଗଣୀ,ମସଲା ମକା
ସଙ୍ଗେ ଛଣା ଛୋଟ ମାଛ
ସୁପ ଚା ଆଦି ଚଟ ପଟି ଖାଇବା
ବିଷାଦ କରିଲା ପଛ ।
ସବୁ ବନ୍ଧୁ ଗଣ ପରସ୍ପର ମଧ୍ୟେ
ଭାବ ଆଦାନ ପ୍ରଦାନ
ବହୁଦିନ ପରେ ପୂର୍ବ ସାଥୀ ପାଇ
ଉଲ୍ଲସିତ ସର୍ବ ମନ।
ଗଡ୍ ଡାଳିକା ପ୍ରବାହରେ ସମୟ
ସାଥିରେ ବଢୁଛି ବୟସ
ପରିଣତ ବୟସରେ ବନ୍ଧୁତ୍ୱ ର
ଡୋରି ଦୂର କରେ କ୍ଳେଶ ।
ସୁମିଷ୍ଟ ଆମିଷ ତଥା ନିରାମିଷ
ଆହାର କରି ଭୋଜନ
ସରବେ ଆନନ୍ଦ ପ୍ରକଟିତ କଲେ
ଇଚ୍ଛା ପୁଣି କେଉଁ ଦିନ ।
ଯବନିକା ଯାଏ ମିଳନ ଆସର
କରୁଥାଉ ସଦା ଗତି
ଅଙ୍ଗ ଅବୟବ ପ୍ରଭୁଙ୍କ ଇଚ୍ଛାରେ
ଦେଉ ଥାଉ ଅନୁମତି ।

