ଦିନ ୨୬: ଦ୍ୱାଦଶୀ – ବାଙ୍କଚୂଡ଼ା ବେଶ
କାର୍ତ୍ତିକ ଦ୍ୱାଦଶୀର ପବିତ୍ର ପ୍ରଭାତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାରଣ କରନ୍ତି ମନୋହର ବାଙ୍କଚୂଡ଼ା ବେଶ।
ଶିରରେ ଚିତ୍ତା-ଚୂଳ, କିରୀଟରେ ଶୋଭିତ ମୟୂରପିଞ୍ଛ ଓ ଦିବ୍ୟ ଅଳଙ୍କାରରେ ସଜ୍ଜିତ ମହାପ୍ରଭୁଙ୍କ ଏହି ରୂପ ଭକ୍ତମାନଙ୍କ ମନରେ ଗୋପାଳ କୃଷ୍ଣଙ୍କ ମନୋହର ଲୀଳାର ସ୍ମୃତି ଜାଗ୍ରତ କରେ।

ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତମନ ଆନନ୍ଦ, ଶ୍ରଦ୍ଧା ଓ ଭକ୍ତିରେ ପରିପୂର୍ଣ୍ଣ ହୋଇଯାଏ।
ସନ୍ଧ୍ୟାରେ ଆଳତି ଦର୍ଶନ କରି ତୁଳସୀ ମଞ୍ଜରୀ ସହ ପ୍ରଭୁଙ୍କୁ ବନ୍ଦନା କରିବା।

ମହାପ୍ରଭୁ ଆମ ସମସ୍ତଙ୍କ ହୃଦୟରେ ଭକ୍ତିର ଆଲୋକ ଜଳାଇ ରଖନ୍ତୁ ଓ ଜୀବନର ସମସ୍ତ ବାଧାବିଘ୍ନରୁ ଉଦ୍ଧାର କରନ୍ତୁ।
ଜୟ ଜଗନ୍ନାଥ 🙏 ଜୟ ଶ୍ରୀକୃଷ୍ଣ 🌺 ✍️ : ଆଶିଷ କୁମାର ନାୟକ

