ଭୀଷ୍ମାଷ୍ଟମୀ
ଭୀଷ୍ମାଷ୍ଟମୀ ଭାରତୀୟ ପୁରାଣମାନଙ୍କରେ ବିଭିନ୍ନ ପ୍ରସଙ୍ଗରେ ପିତା ଓ ପୁତ୍ରଙ୍କର ଆଶ୍ଚର୍ଯ୍ୟ ସୁନ୍ଦର ଜୀବନ ଉପରେ ବହୁ ଆଲୋଚନା ଦେଖାଯାଇଥାଏ। କିନ୍ତୁ ଗଙ୍ଗାପୁତ୍ର ଦେବବ୍ରତଙ୍କର, ପିତା ଶାନ୍ତନୁଙ୍କ ପ୍ରତି ଯେଉଁ ଅନୁରାଗ, ପ୍ରେମ ଓ ଭକ୍ତି, ତାହା ଅନନ୍ୟ। କୌଣସି ପୁତ୍ର ଦେବବ୍ରତଙ୍କ ପରି କଠୋର ପ୍ରତିଜ୍ଞା କରି ନିଜପିତାଙ୍କୁ ସୁଖୀ କରିବାପାଇଁ ପ୍ରଚେଷ୍ଟା କରିନାହାନ୍ତି। ମାଘ ଶୁକ୍ଳ ଅଷ୍ଟମୀ ‘#ଭୀଷ୍ମାଷ୍ଟମୀ’ ନାମରେ ପ୍ରସିଦ୍ଧ।ଏହା ‘#ମହାଭାରତ’ର ମହାନ୍ ଚରିତ୍ର ପିତାମହ ଭୀଷ୍ମଙ୍କ ସହିତ ସଂପର୍କିତ। ହସ୍ତିନାପୁରର ରାଜା […]










