ଡେଥ୍ ଭାଲି
(Death Valley)
ଲୋକନାଥ ମିଶ୍ର

ଶୂନ୍ୟ ପଥେ ପାଦରେ ଚାଲି,
ଧୂଳିରେ ସୂର୍ଯ୍ୟ କିରଣ ସହି ।
ରୁଦ୍ର ତାପରେ ମରୁଭୂମି ଜଳେ,
ମନେ ପଡ଼େ “୪୯” ଭାଗେ ।
ବଜାର ଛାଡ଼ି, ମାନଚିତ୍ର ଧରି,
ଭିଡିଓ, ଖବରେ ସ୍ମୃତି ଭରି ।
ପଥର, ବାଲି ପବନ ସାଥୀ,
ଶୁଣିଲି “ଗୁଡବାଇ” ଗୀତର କଥା ।
ମୃତ୍ୟୁ ନାହିଁ, ପରୀକ୍ଷା ଏଇ,
ଜୀବନରେ ଶିକ୍ଷା ଦେଇ ।
“ଫ୍ୟୁନେରାଲ୍” ପର୍ବତ, ଡେଭିଲ୍ର ଖେଳ,
ଭୟରେ ମଧ୍ୟ ମିଳେ ସୁନ୍ଦର ମେଳ ।
ଖୋଜିଲି ସତ୍ୟ, ଦେଖିଲି ଭୂମି,
ମନ କହେ — ଏଇ ଜୀବନ ଗୀତି ।
ଡେଥ୍ ଭାଲି, ଅଛି କେବଳ ଶୂନ୍ୟ,
ମୋ ହୃଦୟରେ ଜୀବନ ଧ୍ୱନି ।

ଖୋଜିଲି ସତ୍ୟ, ଦେଖିଲି ଭୂମି,
ମନ କହେ — ଏଇ ଜୀବନ ଗୀତି ।
ଡେଥ୍ ଭାଲି, ଅଛି କେବଳ ଶୂନ୍ୟ,
ମୋ ହୃଦୟରେ ଜୀବନ ଧ୍ୱନି ।
Tilottama – The Jewel of Sacrifice

