॥ ଦୁର୍ଗା–ମାଧବ ॥ (କାଶୀ ଜଗନ୍ନାଥପୁର ଶାସନର କବିତା)
ଲୋକନାଥ ମିଶ୍ର
ପୁରୀରୁ ସାତ କି.ମି. ଦୂର,
ପବିତ୍ର ମାଟିରେ ରହି ଅଛି,
ଏକ ଗାଁ—
କାଶୀ ଜଗନ୍ନାଥପୁର ଶାସନ,
ସାତପଡା ରାଷ୍ଟ୍ରୀୟ ସଡ଼କ କଡେ,
ଶାନ୍ତିର ସ୍ୱାସ ନେଇ
ଆଜି ବି କହେ
ଓଡ଼ିଶାର ଆତ୍ମାର କଥା ।

ପୂର୍ବେ ବିଶେଶ୍ୱର,
ପଶ୍ଚିମେ ବିଜେ ସ୍ଥଳୀ—
ମଣ୍ଡପରେ ବସି
ଗୋପୀନାଥ, ବିଶେଶ୍ୱର, ଦୁର୍ଗା—
ମାଧବ ଓ ଶକ୍ତିର
ଏକତ୍ୱ ରାଗିଣୀ ।
ମଧ୍ୟରେ ବସିଥିବା ଦୁର୍ଗା
ହସି କହନ୍ତି—
“ମୁଁ ମା, ମୁଁ ଶକ୍ତି,
ମୁଁ ପ୍ରେମର ସାକ୍ଷୀ।”

ଶୋଳ ପୁଜାରେ
ଦକ୍ଷିଣ ଘରରେ,
ସେଇ ମା’
ଅଲଗାରେ ପୂଜା ପାଆନ୍ତି—
ଗାଁର ମା’,
ଗାଁର ରକ୍ଷାକର୍ତ୍ତ୍ରୀ।
ଗୁଡିଏ ବ୍ରାହ୍ମଣ ପରିବାର,
କାଶୀରୁ ଆସି
ଗଜପତିଙ୍କ ଚେଷ୍ଟାରେ
ଗ୍ରାମ ଗଢିଲେ,
ଯଜୁର୍ବେଦ, ଅଥର୍ବବେଦ
ମନ୍ତ୍ରଧ୍ୱନିରେ
ସେମାନେ ଆଜି ବି
ଅଗ୍ନିରେ ଜଳେଇଥାନ୍ତି
ଭୟକୁ, ଅନ୍ଧକାରକୁ ।

ବିବାହ, ଉପନୟନ,
କିମ୍ବା ଖେତରେ ପ୍ରଥମ ହଳ—
ସବୁ କାମର ଆରମ୍ବରେ
ସ୍ମରଣ ହୁଏ
ଦୁର୍ଗା–ମାଧବ ।
ଶକ୍ତି ଓ ପ୍ରେମ,
ସାହସ ଓ କୃପା—
ଏକେ ଘରର ଦୁଇଦୁଆରୀ ।
ଦୋଳା ପୂର୍ଣ୍ଣିମାରେ
ଦୋଳାବେଦୀରେ
ଝୁଲୁଥାନ୍ତି ସେମାନେ—
ସଙ୍ଗୀତ, କୀର୍ତ୍ତନ,
ସଭିଂକ ହୃଦୟର
ପାଳିତ ସ୍ୱପ୍ନ ।
ଅଶ୍ୱିନରେ
ଷୋଳଦିନ ପୂଜା—
ସହସ୍ରକୁମ୍ଭାଭିଷେକରେ
ମା’ଙ୍କୁ ଦେଇଥାନ୍ତି
ଭକ୍ତିର ଜଳ।
ବିଜୟାଦଶମୀରେ
ଧର୍ମ ଜିତେ,
ଆଲୋକ ଜିତେ,
ଗୋପୀନାଥ–ଦୁର୍ଗା–ବିଶେଶ୍ୱର
ଏକାତ୍ମ ହୋଇ
ଆଶୀର୍ବାଦ କରନ୍ତି
ଗାଁର ପ୍ରାଣକୁ।
କାଶୀ ଜଗନ୍ନାଥପୁର—
ତୁମେ କେବଳ ଗାଁ ନୁହଁ,
ତୁମେ ଏକ ମନ୍ତ୍ର,
ଏକ ପ୍ରାର୍ଥନା,
ଏକ ସଂସ୍କୃତିର
ଅଜର–ଅମର ସ୍ୱର ।
ମାଟିର ସୁଗନ୍ଧ


Pingback: “ଶେଷ ରାତିର କଥା” - UniverseHeaven