ଗରୁଡ଼ ସ୍ତମ୍ଭ ଦର୍ଶନ ଓ ଆତ୍ମନିବେଦନ | ଜଗନ୍ନାଥ ଭକ୍ତି କବିତା
ଶ୍ରୀମନ୍ଦିରର ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚକାନୟନକୁ ଦର୍ଶନ କରିବାର ଅନୁଭୂତି ଅବର୍ଣ୍ଣନୀୟ। ଆଖିରୁ ଝରିପଡ଼େ ଭକ୍ତିର ଅଶ୍ରୁ, ହୃଦୟରୁ ଦୂର ହୁଏ ଅହଂକାର, ମୋହ ଓ ମାୟା।

ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଳତିର ଦିବ୍ୟ ଜ୍ୟୋତି, ଘଣ୍ଟ ଓ କାହାଳୀର ନାଦ ନୀଳାଚଳ ଧାମକୁ ଭକ୍ତିମୟ କରିଦିଏ।

ହେ ଜଗତର ନାଥ! ତୁମ ଶ୍ରୀଚରଣରେ ମୋର ସମଗ୍ର ଜୀବନ ସମର୍ପଣ କଲି। ମୋହ, ମାୟା ଓ ତୃଷ୍ଣାରୁ ମୁକ୍ତ କରି ସଦା ତୁମ ନାମ ସ୍ମରଣରେ ରଖ।
🙏 ଜୟ ଜଗନ୍ନାଥ! ଜୟ ମାଧବ! ଜୟ ଦାମୋଦର! 🙏 ✍️ : ଆଶିଷ କୁମାର ନାୟକ

