ଗୁରୁ ଦିବସ
ସାରଦା ପ୍ରସାଦ ମିଶ୍ର
ଆନ୍ଧ୍ର ପ୍ରଦେଶର ସର୍ବପଲ୍ଲୀ ଗ୍ରାମେ
ତେଲୁଗୁ ବ୍ରାହ୍ମଣ କୁଳେ
ଜନମିଥିଲେ ଜଣେ ପ୍ରସିଦ୍ଧ ପୁରୁଷ
ସୀତାମା ଙ୍କର କୋଳେ।
ପିତା ବିରସ୍ଵ।ମୀ ଥିଲେ ଉକ୍ତସ୍ଥାନେ
ରାଜସ୍ବ ଅଧିକାରୀ
ପରେ ମାନ୍ଦ୍ରଜ ର ତିରୁତ୍ତାନ ଠାରେ
ରହିଥିଲେ ଘରକରି ।
ପରମ ପାବନ ପୁରୁଷ ଶ୍ରୀକୃଷ୍ଣ
ରାଧା ପ୍ରେମ ମୟୀ ଦେବୀ
ପୁତ୍ରର ନାମ ରଧାକୃଷ୍ଣ ପିତାମାତା
ଦେଇଥିଲେ ଭାବିଭାବି ।
ଶୈଶବରୁ ଶିଶୁ କ୍ରମେ ବଡ ହୋଇ
ବିଦ୍ୟାଳୟେ ପ୍ରବେଶିଲା
ଗଣିତ ବିଦ୍ୟାରେ ଧୁରନ୍ଧର କିନ୍ତୁ
ଦର୍ଶନ ବିଦ୍ୟା ପଢିଲା ।
ଦର୍ଶନ ଶାସ୍ତ୍ରରେ ସର୍ବ ଉଚ୍ଚ ଶିକ୍ଷା
ଲାଭ କରି ସେ ଯୁବକ
ଦେଶର ପ୍ରମୁଖ ମହାବିଦ୍ୟାଳୟେ
ହୋଇଥିଲେ ଅଧ୍ୟାପକ ।
ପୃଥିବୀର ଶ୍ରେଷ୍ଠ ବିଶ୍ଵ ବିଦ୍ୟାଳୟ
ଅକ୍ସଫୋର୍ଡ ଲଣ୍ଡନରେ
ମଣ୍ଡିଥିଲେ ସେଠି ଅଧ୍ୟାପକ ପଦ
ଧର୍ମ ଦର୍ଶନ ଶାସ୍ତ୍ରରେ ।
ପ୍ରାଚ୍ୟ ଦର୍ଶନ ର ଅଦ୍ଵୈତ ବେଦାନ୍ତ
ସହ ପାଶ୍ଚାତ୍ୟ ଦର୍ଶନ
ଅତ୍ୟନ୍ତ ସୁନ୍ଦର ଭାବେ ସେତୁ ପରି
କରିଥିଲେ ସମିଶ୍ରଣ ।
ଉନବିଂଶ ବାଷଠି ଠାରୁ ଶତଷଠି
ଉକ୍ତ ପାଞ୍ଚ ସମ୍ବତ୍ସର
ଅଳଙ୍କୃତ କଲେ ରାଷ୍ଟ୍ରପତି ପଦ
ଆମ ଦେଶ ଭାରତର ।
ଛାତ୍ର ଗଣ ତାଙ୍କ ଜନ୍ମଦିନେ ତାଙ୍କୁ
ଦେବାପାଇଁ ସମ୍ବର୍ଦ୍ଧନା
ଡାକିବାରୁ ବ୍ୟକ୍ତି ରୂପେ ପ।ଳିବାକୁ
କରିଥିଲେ ତାଙ୍କୁ ମନା ।
ଉକ୍ତ ଦିବସକୁ ଶିକ୍ଷକଙ୍କ ପାଇଁ
କରି ଦେଇଥିଲେ ଦାନ
ଶିକ୍ଷକ ଅଟନ୍ତି ରାଷ୍ଟ୍ରର ନିର୍ମାତା
ବିତରଣ କରି ଜ୍ଞାନ ।
ଗୁରୁ ଅଟେ ବ୍ରହ୍ମା ଗୁରୁହିଁ ଶ୍ରୀ ବିଷ୍ଣୁ
ଗୁରୁର୍ଦେବ ମହେଶ୍ୱର
ଶିକ୍ଷକ ମାନଙ୍କୁ ସର୍ବଦେଶ ବାସୀ
ମିଳି ସମ୍ମାନିତ କର ।
ସେପ୍ଟେମ୍ବର ମାସ ପାଞ୍ଚ ତାରିଖକୁ
ସମସ୍ତ ଭାରତ ବାସୀ
ଗୁରୁ ଦିବସ ରୂପେ ପାଳିଥାନ୍ତି
ଗୁରୁଙ୍କ ଶୁଭ ମନାସି ।
ହାଲଚାଲ