ନିଜ ମାଟିରେ ଶରଣାର୍ଥୀ
ତପନ ନାୟକ
ଜାନୁଆରୀ ଉଣେଇଶିର ସେ କାଳ ରାତି,
ଲିଭିଯାଇଥିଲା ସବୁ ଆଶାର ଜ୍ୟୋତି।
ନିଜ ଘର କୋଣେ ଲୁଚିଥିଲା ପ୍ରାଣ,
ଚାରିଆଡ଼େ ଶୁଭେ ମୃତ୍ୟୁର ସ୍ଲୋଗାନ। ।।୧।।
ଛାଡ଼ିବାକୁ ପଡ଼ିଲା ପୈତୃକ ସେ ଘର,
ନିଜ ଜନ୍ମମାଟି ହୋଇଗଲା ପର।
ସେ ପାହାଡ଼, ସେ ବରଫ, ସେ ଝରଣାର ଧାର,
ଆଖି ଲୁହେ ଭିଜିଥିଲା କାଶ୍ମୀର ମୋର। ।।୨।।
ହଜିଗଲା ସବୁ ପିଲାଦିନର ସେ ଖେଳ,
କଣ୍ଠେ କାତର ସ୍ୱର, ସମୟଟି କାଳ।
ନିଜ ଦେଶେ ସାଜିଲୁ ଆମେ ଶରଣାର୍ଥୀ,
ଅନ୍ଧାରେ ଖୋଜୁଛୁ ଆଜି ବି ଜୀବନର ଭାତି। ।।୩।।
କେବେ ଫେରିବା ସେହି ସେଓ ବଗିଚାକୁ?
କେବେ ପୁଣି ଛୁଇଁବା ଆମ ସେଇ ମାଟିକୁ?
ସଂଘର୍ଷ ଚାଲିଛି, ଆଶା ଅଛି ବାକି,
ନ୍ୟାୟ ଅପେକ୍ଷାରେ ଚାହିଁଛି ଏ ଆଖି। ।।୪।।


Pingback: ସୂର୍ଯ୍ୟାର୍ଘ୍ୟ - UniverseHeaven