ପ୍ରାର୍ଥନା
ସାରଦା ପ୍ରସାଦ ମିଶ୍ର
ମନସିଜ ତାତ ନାଗେନ୍ଦ୍ର ଶାୟିତ
କରୁଣା ସାଗର ହରି
ସ୍ଥାବର ଜଙ୍ଗମ କୀଟ ଠାରୁ ବ୍ରହ୍ମ
ସକଳ ଘଟରେ ପୂରି।
ସିନ୍ଧୁସୂତା ପତି ଅଗତିର ଗତି
ପ୍ରଭୁ ବ୍ରହ୍ମାଣ୍ଡ ପାଳକ
ବାସୁଦେବ ନାମ ବହିଛ ଆପଣ
ସର୍ବ ଭୂତେ ନିବାସକ।
ମନସିଜ ଅରି ଦେବ ତ୍ରିପୁର।ରୀ
କଣ୍ଠେ ନାଗେନ୍ଦ୍ର ଭୂଷଣ
ତ୍ରିପୁଣ୍ଡ ଧାରକ ବିଶ୍ଵ ସଂହ।ରକ
ଜଟାଧାରୀ ତ୍ରିଲୋଚନ ।
ଶୈଳଜା ବଲ୍ଲଭ ବାହନ ବୃଷଭ
ଡମ୍ବରୁ ଧର ମହେଶ
ପରମ ମଙ୍ଗଳ – ମୟ ମହ।କ।ଳ
ଗଙ୍ଗାଧର ତ୍ରିଲୋକେଶ ।
ଶକ୍ତି ପ୍ରଦ।ୟନୀ ତ୍ରୈଲୋକ୍ୟ ତାରିଣୀ
ମହାକାଳୀ ମହାମାୟା
ନୃମୁଣ୍ଡ ଭୂଷିତା ଶବପରେ ସ୍ଥିତା
ଭୋଳ।ନ।ଥ ପ୍ରାଣ ପ୍ରିୟା।
ମହିଷା ମର୍ଦ୍ଦିନୀ ରକ୍ତବିର୍ଯ୍ୟ।ସନି
ଶୁମ୍ଭ ନିଶୁମ୍ଭ ହନନୀ
ସିଂହ ଆରୋହିଣୀ ଖର୍ପର ଧାରିଣୀ
ଶୈଳ କନ୍ୟା ସନ।ତନୀ l
ରତ୍ନାକର ସୂତା ଦେଵୀ ଲୋକମ।ତ।
ଅନ୍ନଦା ଐଶ୍ୱର୍ଯ୍ୟ ଦାତ୍ରୀ
ମାତା ଅନ୍ନପୂର୍ଣ୍ଣା ନାରାୟଣ ବାମା
ମହାଲକ୍ଷ୍ମୀ ଜଗଦ୍ଧାତ୍ରୀ ।
ଶାନ୍ତ ସ୍ୱରୁପିଣୀ କୈବଲ୍ୟ ଦାୟିନୀ
ବିଶ୍ଵ।ଧ।ର ପ୍ରଣୟିନୀ
ରକ୍ତ।ମ୍ବର ଧରା ଦେଵୀ ପରାତ୍ପରା
ସୁଖ ଶାନ୍ତି ପ୍ରଦ।ୟିନୀ ।
ଜ୍ଞାନ ପ୍ରଦ।ୟନୀ ଦେଵୀ ବୀଣାପାଣି
ଜାଡ୍ଯାନ୍ଧକାର ନ।ଶିନୀ
ଶ୍ଵେତ ବସ୍ତ୍ର।ଭୂତା ପଣ୍ଡିତ ବନ୍ଦିତା
ବୀଣା ପୁସ୍ତକ ଧାରିଣୀ ।
ମରାଳ ବହାନୀ ଶୁଭ୍ର ପଦ୍ମାସନୀ
ବାକ୍ୟ ଦେଵୀ ସରସ୍ଵତୀ
ବ୍ରହ୍ମା ବିଷ୍ଣୁ ଶିବ କରେ ଯାରେ ସ୍ତବ
ତାଙ୍କ ପାଦରେ ପ୍ରଣତି।
