“ସଞ୍ଜବେଳେ ପ୍ରଭୁ ତୋତେ ଖୋଜେ ମୋର ମନ”
ସକାଳେ ତୋ ନାମ ନେଇ କଲି କାର୍ଯ୍ୟ ଆରମ୍ଭ,
ଦିନସାରା ମାୟା ଜାଲେ ଭୁଲିଲି ତୋ ନାମ ।।
ସଞ୍ଜବେଳେ କର୍ମ ସାରି ଆସିଲି ତୋ ପାସେ ,
ଦୀନ ପାପୀ ସାଜି ପ୍ରଭୁ ମାଗେ ତୋର ପାସେ ।।
ସକାଳର ପ୍ରଭାତେ ମୁଁ ସ୍ମରିଲି ତୋ ଶ୍ରୀମୁଖ,
ସଂସାର କର୍ତ୍ତବେ ପୁଣି ଭୁଲିଗଲି ସବୁ ।।
ସଞ୍ଜ ନଇଁ ଆସନ୍ତେ ଯେ ଫେରିଆସେ ମତି,
ତୋ ଚରଣେ ମଥା ନୋଇଁ ମାଗଇ ସଦ୍ଗତି ।।
ସାଂସାରିକ ମୂର୍ଖ ମୁହିଁ ଅଳ୍ପ ବୁଦ୍ଧି ନେଇ,
ଜୀବନ ଜଞ୍ଜାଳେ ବୁଲେ ହାଇଁପାଇଁ ହୋଇ ।।
କେବେ ଯଦି ଗର୍ବ ମୋର ଜାଗେ ଏହି ମନେ,
ସେହିକ୍ଷଣି ଭାଙ୍ଗିଦିଅ ପ୍ରଭୁ ତୋ ସାଧନେ ।।
ଲୋଭ ମାୟା ମୋହଠାରୁ ଦୂରେ ରଖ ସାଇଁ,
ତୋ ସେବା ବିନା ମୋର ଆଉ କିଛି ନାହିଁ ।।
ପାପ କର୍ମେ ନ ପକାଅ ମାୟାର ସେ ଜାଲ,
ତୋ ସେବାରେ ବିତିଯାଉ ମୋର ସବୁ କାଳ ।।
ରାଗ ନ ରଖିବୁ ଜଗା ଦୁଃଖ ନ ଦେବୁ,
କୁନି ଭକ୍ତ ଜାଣି ମୋତେ କୋଳେଇ ନେବୁ ।।
ହାତ ଯୋଡ଼ି ଆଖି ବୁଜି ଡାକୁଛି ତୋତେ,
ଚକାନୟନରେ କୃପା ବରଷାଅ ମୋତେ ।।

