“ଶେଷ ରାତିର କଥା”
ଲୋକନାଥ ମିଶ୍ର
କଳା ରାତି, ଶୂନ୍ୟ ପଥ,
ଶ୍ରୀଜଗନ୍ନାଥ ବୃଦ୍ଧାଶ୍ରମ ।
ନିରବତା ଭିତରେ ଆସିଲା
ଏକ ସୁଗନ୍ଧିତ ପବନ ।
ନେଳୀ ପାଟ ସାଢୀ ଜଗମଗ,
ଯୁବତୀ ମୁଖ ଶାନ୍ତ ।
ତା’ର ମୁହଁରେ ଚମକୁଥିଲା
ଦୟା, କରୁଣା, କ୍ଲାନ୍ତ ।
ବୃଦ୍ଧା ପଡ଼ିଥିଲେ ଶଯ୍ୟାରେ,
ଶ୍ୱାସ ନିର୍ଜୀବ ପ୍ରାୟ ।
ନର୍ସ କହିଲେ — “ମା, ଉଠ,
ତୁମର ଝିଅ ଆସିଗଲା” ।
ଧୀରେ ଧୀରେ ଖୋଲିଲେ ଆଖି,
ଆଖିରେ ନୀରବ ର ସପନ ।
ବର୍ଷର ବର୍ଷର ଅପେକ୍ଷା,
ସନ୍ତାନ ସାନିଧ୍ୟର ଆକାଙ୍କ୍ଷା ।
ଚାଦର ରୁ ବାହାରିଲା ହାତ,
ଶୁଷ୍କ, ଶିତଳ କମ୍ପିତ ।
ସେ ହାତ ମାଗିଲା କେବଳ
ସନ୍ତାନର ସ୍ପର୍ଶର ଶାନ୍ତି ।
ଯୁବତୀ ବଢ଼ାଇଲେ ନିଜ ହାତ,
ଧରିଲେ, ଉଠିଲା କମ୍ପନ ।
ହାତରୁ ହାତକୁ ଗଲା
ସ୍ନେହର ଅଦୃଶ୍ୟ ବନ୍ଧନ ।
ସାରା ରାତି ବସିଲେ ପାଶେ,
ନୀରବ, ଶାନ୍ତ, ଅଟଳ ।
ବେଳେ ବେଳେ କହିଲେ ମୃଦୁ କଥା,
ଦେଲେ ଆଶ୍ୱାସନାର ଦରଦ ।
ନିର୍ଜନ ଆଶ୍ରମ ଘେରିଲା,
କେହି କାନ୍ଦିଲା, କେହି ଗାଇଲା ।
କିନ୍ତୁ ସେ ଯୁବତୀ ହେଲେ
ପଥର ପରି ନିଛଳା ।
ପ୍ରଭାତ ଆସିଲା,
ବୃଦ୍ଧାର ଶ୍ୱାସ ଥମକିଗଲା ।
ଶାନ୍ତ ହୋଇଗଲେ,
ମୁକୁଳାଇଲେ ନିର୍ଜୀବ ହାତ ।
ନର୍ସଙ୍କୁ କହିଲେ ଧୀରେ,
“ସେ ମୋର ମା’ ନୁହେଁ ।
କିନ୍ତୁ ତାଙ୍କ ଆଖିକୁ ଦେଖି
ମୁଁ ହୋଇଗଲି ତାଙ୍କରି ଝିଅ” ।
“ସାରା ରାତି ରହିଲି,
ତାଙ୍କୁ ସାନ୍ତ୍ୱନା ଦେଲି ।
ତାଙ୍କର ଅଭିଲାଷ ପୂରଣ,
ମୋର କର୍ତବ୍ୟ ଭାବିଲି” ।
ନର୍ସ ପଚାରିଲେ —
“ତା’ହେଲେ ଆପଣ ଏଠାକୁ କାହିଁକି?”
“ବିଦେଶ ବିଭାଗରୁ —
ମୁଁ ଆସିଥିଲି ସେଫାଳୀଙ୍କୁ
କୁହିବାକୁ ଦୁର୍ଦ୍ଦାନ୍ତ ସମ୍ବାଦ ।
ତାଙ୍କର ଝିଅ ବିଦେଶ ନଗରେ
ହେଲା ଦୁଷ୍ଟଙ୍କ ଆକ୍ରମଣର ସିକାର ।
ମୁଁ କହିବି ତାଂକୁ ସେ ଖବର,
କିନ୍ତୁ ସେ ଅଛନ୍ତି କାହିଁ ? “
ନର୍ସ ଅବାକ୍, କହିଲେ ଅଶ୍ରୁଭରା —
“ସେଫାଳୀ ହେଲେ ସେଇ ବୃଦ୍ଧା ।
ଯାହାର ହାତ ଧରି ସାରା ରାତି
ବସିଥିଲେ ଆପଣ “ ।
ନୀରବତା ଘେରିଲା,
ଦୁଇ ନୟନରେ ଲୁହ ।
ଜୀବନରେ ଶେଷ ପାଳି ,
ସନ୍ତାନର ସାନିଧ୍ୟର ମହତ୍ତ୍ୱ
ବୁଝିଲେ ଦୁଇଲୋକ ।
ଫେରିଗଲେ ଯୁବତୀ ନିଜ ପଥେ,
କିନ୍ତୁ ସାଙ୍ଗେ ନେଲେ
ସେଇ ଅମୂଲ୍ୟ ସ୍ମୃତି —
“କାହାର ମା’ ପାଇଁ
ମୁଁ ହୋଇଗଲି ଏକ ଝିଅ,
ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ
ଦେଲି ସନ୍ତାନର ସ୍ପର୍ଶ” ।
॥ ଦୁର୍ଗା–ମାଧବ ॥

