ଶ୍ରାବଣ ସୋମବାର
ସାରଦା ପ୍ରସାଦ ମିଶ୍ର
ଦାନବ ନୃପତି ମହବଳୀ ବଳି
ସଙ୍ଗେ ଦେବତାଙ୍କ ରଣ
ସମରେ ପରାସ୍ତ ହୋଇ ଦେବଗଣ
କରିଲେ ଆତ୍ମ ଗୋପନ ।
କ୍ଷୀର।ବ୍ଧି ନିକଟେ ଯାଇ ଦେବ ଗଣ
ବିଷ୍ଣୁଙ୍କୁ କଲେ ବିନତି
ସ୍ଵର୍ଗ ଅଧିକାର କରି ଦୈତ୍ୟ ଗଣ
ଦେବଙ୍କୁ ଦେଲେ ବିପତ୍ତି ।
ସିନ୍ଧୁସୂତା ପତି ନିର୍ଦ୍ଦେଶିଲେ ଦେବେ
ସାଗର କର ମନ୍ଥନ
ସମୁଦ୍ର ମନ୍ଥନୁ ଜାତ ଅମୃତକୁ
ଯଦି କରିପାର ପାନ ?
ତେବେ ତୁମେ ଯାଇ ହେବ ବଳଶାଳୀ
ଜିଣି ପାରିବ ଅସୁର
ବାସୁକି ନାଗହେବ ମନ୍ଥନର ରଶି
ଖୁଆ ମନ୍ଦର ଅଚଳ ।
ଦେବ ଦୈତ୍ୟ ମିଶି କରିଲେ ମନ୍ଥନ
ସୁଧା ହୋଇବ ନିର୍ଗତ
ତାର ସାଥେ ଯାହା ଯାହା ଉପୂଜିବ
ତାକୁ କୌଶଳେ କରିବ ପ୍ରାପ୍ତ।
ହରି ନିର୍ଦ୍ଦେଶରେ ସମୁଦ୍ର ମନ୍ଥନ
କରିଲେ ଦେବ ଅସୁର
ଅମୃତ ସହିତେ ନିର୍ଗତ ହୋଇଲା
ବ।ସୁକି ନାଗ ଗରଳ ।
ବିଷ ପ୍ରକୋପରେ ସର୍ବ ଜୀବଜନ୍ତୁ
ତ୍ରାହି ତ୍ରାହି ଦେଲେ ଡାକ
ସୃଷ୍ଟି ରକ୍ଷା ପାଇଁ ହଳାହଳ ପାନ
କଲେ ପାର୍ବତୀ ନାୟକ ।
ବିଷ ର ପ୍ରକୋପେ ବିଚଳିତ ହେଲା
ମହେଶ୍ୱରଙ୍କର ଶିର
ଶିବଙ୍କ ମସ୍ତକ ଶୀତଳ ନିମିତ୍ତ
ଦେବତା ଢାଳିଲେ ଜଳ ।
ସେଥିପାଇଁ ଲୋକେ ଶିବଙ୍କ ମସ୍ତକେ
ଅର୍ପଣ କରନ୍ତି ନୀର
ଜଳ ଅଭିଷେକ କଲେ ହର ଶିର
ହୋଇଥାଏ ସୁଶୀତଳ ।
ଶ୍ରାବଣ ମାସରେ ଆମ ପୃଥିବୀ ଟି
ହୁଏନି ଶୂନ୍ୟ ଉଦକ
ବ୍ରତ ଧ।ରୀ ଗଣ ପବିତ୍ର ଜଳରେ
କରିଥାନ୍ତି ଅଭିଷେକ ।
ବାବା ଭୋଳା ନାଥ ଆଶିଷ ରୁ ସବୁ
ଦୁଃଖ ହୋଇଯାଏ ଦୂର
ତେଣୁ ଶିବ।ଳୟେ ଭକତ ଙ୍କ ମେଳ
ଶ୍ରାବଣର ସୋମବାର।

