ଜୟ ସୋମନାଥ
ସାରଦା ପ୍ରସାଦ ମିଶ୍ର
ରତ୍ନାକର ତଟ ପବିତ୍ର ବସୁଧା
ପ୍ରଭାସ ପଟନ ନାମ
ଯହିଁ ବିର।ଜଇ ନଭସ୍ପର୍ଶୀ ତୁଙ୍ଗ
ଦେବାଳୟ ଅନୁପମ ।
ଆଦି ଜ୍ୟୋତିର୍ଲିଙ୍ଗ ସୋମନାଥ ନାମେ
ପୂଜିତ ଏହି ମନ୍ଦିରେ
ସେହି ମନ୍ଦିରେ ଆମ ପ୍ରଧାନ ମନ୍ତ୍ରୀ
ଓଁକାର ମନ୍ତ୍ର ଜପିଲେ ।
ଏ ପୂତ ସ୍ଥାନର ପରିଚୟ ଦିଏ
ଆମର ଶାସ୍ତ୍ର ପୁରାଣ
ଦକ୍ଷ ପ୍ରଜାପତି ଜାମାତା ରୂପରେ
ଚନ୍ଦ୍ରଙ୍କୁ କଲେ ବରଣ।
ସତାଇଶ କନ୍ୟା ଚନ୍ଦ୍ରେ ବିଭା ଦେଇ
କହିଲେ ମଧୁର ବାଣୀ
କରିଲି ପ୍ରଦାନ ଏ କନ୍ୟା ମାନଙ୍କୁ
କରିବନି ହୀନିମାନୀ ।
ଚନ୍ଦ୍ର ଦେବତାଙ୍କ ପ୍ରିୟ ପତ୍ନୀ ରୂପେ
ରୋହିଣୀ ପାଇଲେ ସ୍ଥାନ
ଅନ୍ୟ କନ୍ୟା ମାନେ ହତାଦର ହୋଇ
ପିତା ପାଶେ ନିବେଦନ ।
ଶଶ।ଙ୍କଙ୍କୁ ଦକ୍ଷ ବୁଝାଇବା ସତ୍ତ୍ୱେ
ଚନ୍ଦ୍ର କରେ ଅବହେଳା
କ୍ଷୟ ରୋଗାକ୍ରାନ୍ତ ହେବା ପାଇଁ ଚନ୍ଦ୍ରେ
ଦକ୍ଷ ଅଭିଶାପ ଦେଲା ।
ଚନ୍ଦ୍ର ହରାଇଲେ ନିଜ ପୂର୍ବ ଜ୍ୟୋତି
ଘୋଟିଗଲା ଅନ୍ଧକାର
ଔଷଧୀୟ ଗୁଳ୍ମ ଚନ୍ଦ୍ର।ଲୋକ ବିନା
ହରାଇଲେ ଗୁଣ ତାର ।
ବ୍ରହ୍ମା ବାକ୍ୟେ ଚନ୍ଦ୍ର ମୁନି ଗଣ ସଙ୍ଗେ
ସିନ୍ଧୁ ତଟେ ବିଜେ କଲେ
ହିରନ୍ୟ କପିଳା ସରସ୍ଵତୀ ନଦୀ
ତ୍ରିବେଣୀ ସଙ୍ଗମ ସ୍ଥଳେ । ଓଁକାର ମନ୍ତ୍ର ଜପି ଆରାଧନା କଲେ
ଦେବ ଦେବ ମହାଦେବ
ଷଡ଼ ମାସ ପରେ ଶଶାଙ୍କ ସମ୍ମୁଖେ
ଶିବ ହେଲେ ଆବିର୍ଭାବ ।
ହର ଦେଲେ ବର ପନ୍ଦର ଦିବସ
ଚନ୍ଦ୍ର ହରାଇବେ ଜ୍ୟୋତି
ତାପର ପକ୍ଷ ରେ ତାଙ୍କ ଦେହେ କ୍ରମେ
ବିକଶିଵ ପୂର୍ବ କାନ୍ତି ।
ଜ୍ୟୋତି ଫେରିବାରୁ ସ୍ଥାନଟିର ନାମ
ସେବେଠୁ ହେଲା ପ୍ରଭାସ
ସୋମନାଥ ନାମେ ଆଦି ଜ୍ୟୋତିର୍ଲିଙ୍ଗ
ମହିମା କଲେ ପ୍ରକାଶ ।
ହୈହୟ ରାଜନ କ।ର୍ତ୍ୟବୀର୍ଯ୍ୟ ହସ୍ତେ
ଜମଦଗ୍ନୀଙ୍କ ନିଧନ
ହେବାରୁ ଶୋକରେ ଜର୍ଜରିତ ହୋଇ
ତାଙ୍କ ପୁତ୍ର ପର୍ଶୁରାମ ।
ଏ ପାବନ କ୍ଷେତ୍ରେ ମହେଶଙ୍କୁ ପୂଜି
ଲାଭ କରିଲେ ଦିବ୍ୟ।ସ୍ତ୍ର
ସସ୍ରାର୍ଜୁନ ସହ କ୍ଷତ୍ରୀୟ ମାନଙ୍କୁ
ଯୁଦ୍ଧେ କରିଲେ ନିପାତ।
ଦ୍ୱାପରରେ ଭଗବାନ କୃଷ୍ଣ ଏଠି
କରିଥିଲେ ମହାଯଜ୍ଞ
ନିଜ ବଂଶ ନାଶି ଲୀଳା ଖେଳା ସାରି
କରିଲେ ଶରୀର ତ୍ୟାଗ ।
ଯ।ଜ୍ଞବଲକ୍ୟ ଋଷି ସବିତା ସଂତୋଷିି
ପ୍ରାପ୍ତ ଶୁକ୍ଳ ଯଜୁର୍ବେଦ
ବୈଷେଶିକ ସୂତ୍ର ସଙ୍ଗେ ଆଣବିକ
ତଥ୍ୟ ପ୍ରକାଶେ ଏଠି କଣ।ଦ।
ଯୁଗ ଯୁଗ ଧରି ଏ ମହା ମନ୍ଦିରେ
ପୂଜା ପାଆନ୍ତି ପଶୁପତି
ସାରା ବ୍ରହ୍ମାଣ୍ଡରେ ପ୍ରଚାରିତ ଥିଲା
ଏହି ମନ୍ଦିରର ଖ୍ୟାତି ।
ସହସ୍ର ବରଷ ତଳେ ଗଜନୀରେ
ମାମୁଦ ଥିଲେ ସୁଲତାନ
ସୋମନାଥ ମନ୍ଦିର ଧନ କଥା ଶୁଣି
କରିଥିଲା ଆକ୍ରମଣ ।
ହଜାର ଛବିଶ ସାଲ ଜାନୁଆରୀ
ମାସ ଆଦ୍ୟ ସପ୍ତାହରେ
ମନ୍ଦିର ଲୁଣ୍ଠନ କରି ଧନ ରତ୍ନ
ବୋହିନେଲା ଓଟ ପରେ ।
ଦୁଇ ହଜାର ଛବିଶ୍ ମସିହାର
ଏହି ଜାନୁଆରି ମାସ
ମନ୍ଦିର ଆକ୍ରମଣକୁ ପୁରିଛି
ଏକ ସହସ୍ର ବରଷ ।
ଆଜି ଦେଶବାସୀ ଙ୍କୁ ଏହିଁକଥା
କରାଇ ବାକୁ ସ୍ମରଣ
‘ସୋମନାଥ ସ୍ୱାଭିମାନ ପର୍ବ ସେଠି
କରା ଯାଉଛି ପାଳନ ।
ମହାଦେବ ନାମ ଶ୍ରଦ୍ଧାଳୁଙ୍କ ମୁଖେ
ଉଚେ ହୁଏ ଉଚ୍ଚ।ରିତ
ସାରା ଭାରତରୁ ଜନତା ପହଞ୍ଚି
ଡାକେ ଜୟ ସୋମନାଥ ।
ଯୁଗନାୟକ ବିବେକାନନ୍ଦ
ପ୍ରଦୁଷିତ ବାୟୁ


The odia poem’s Jay Somanath and Pradyusita Bayu by Sarada prasad Mishra are very nice..which speaks today’s air pollution and ita remedy as well as the celebration at somanath temple are heart touching. Thanks to the poet
The Odia poems Jay Somanath and Pradyusita Bayu by Sarada Prasad Mishra are truly heart-touching. They beautifully highlight today’s air pollution and its remedies, along with a vivid and emotional portrayal of the celebration at the Somanath temple. Heartfelt thanks and respect to the poet. 🙏✨
Pingback: Mahabharata in prose ( A Story of Dvapar Yuga- Part-27E) - UniverseHeaven Lac Palace Conspiracy in Mahabharata | Deceit, Dharma & Divine Design (Dvapar Yuga – Part 27E)