॥ ଭାଗବତ ॥
♾️⭕⭕♾️
ପ୍ରଥମେ ହୋଇଲି ମୁଁ ଜାତ। ନାମ ମୋ ପୃଶ୍ନିଗର୍ଭ ଖ୍ୟାତ।
ଦ୍ଵିତୀୟେ କଶ୍ୟପ ଅଦିତି। ରୂପରେ ତୁମ୍ଭ ଉତପତ୍ତି।
ମୁଁ ପୁଣି ତୁମ୍ଭ ଗର୍ଭେ ଜାତ। ଉପେନ୍ଦ୍ର ବାମନ ବିଖ୍ୟାତ।
ମୋହର ନାମ ଭାବଗ୍ରାହୀ। ଜନ୍ମିଲି ପୁଣି ଦେହ ବହି।
ପୁତ୍ର ଲାଳସେ ପାଳି ମୋତେ। ପଶିବ ମୋର ଦେହେ ଅନ୍ତେ।
ଦେବଙ୍କ ବଚନେ ମୁଁ ଜାତ। ଅସୁର କରିବି ନିପାତ।
ଆଉ କହିତେ ନାହିଁ ବେଳ। ମୋତେ ଘେନିଣ ବେଗେ ଚଳ।
ନନ୍ଦର ଘରେ ମୋତେ ଥୋଇ। କନ୍ୟାକୁ ଆଣ ପାଲଟାଇ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଚତୁର୍ଥ ଅଧ୍ୟାୟ )
ପ୍ରସଙ୍ଗ – ଶ୍ରୀକୃଷ୍ଣ ଜନ୍ମ
ଅର୍ଥ – ମହାମୁନି ଶୁକଦେବ କହିଲେ ହେ ମହାରାଜା ପରୀକ୍ଷିତ ! ଭଗବାନ ଶ୍ରୀହରି ମାତା ଦେବକୀଙ୍କୁ କହିଲେ , ତୁମ୍ଭେ ଦୁହେଁ ପୃଶ୍ନି ଓ ସୁତପା ରୂପରେ ମୋତେ ତୁମ୍ଭର ପୁତ୍ର ରୂପରେ ଜାତ ହେବାକୁ ବର ପ୍ରାର୍ଥନା କରିବାରୁ ମୁଁ ତୁମ୍ଭଙ୍କୁ ସେହି ବର ପ୍ରଦାନ କଲି ଓ ମୁଁ ତୁମ୍ଭ ଦୁହିଁଙ୍କର ପୁତ୍ର ରୂପରେ ଜାତ ହୋଇ ପୃଶ୍ନିଗର୍ଭ ନାମରେ ଖ୍ୟାତ ହେଲି। ତାପରେ ତୁମ୍ଭ ଦୁହିଁଙ୍କର ଦ୍ଵିତୀୟ ଜନ୍ମରେ ତୁମ୍ଭେ ଅଦିତି ରୂପରେ ଜାତ ହେଲ ଓ ପିତା ବସୁଦେବ କଶ୍ୟପ ରୂପରେ ଜାତ ହେଲେ। ତୁମ୍ଭ ଦୁହିଁଙ୍କର ସେହି ଜନ୍ମରେ ମୁଁ ପୁଣି ତୁମ୍ଭ ଗର୍ଭରୁ ପୁତ୍ର ରୂପରେ ଜାତ ହୋଇ ଉପେନ୍ଦ୍ର ନାମରେ ବିଖ୍ୟାତ ହେଲି। ମୋର ଶରୀରର ଆକାର ଛୋଟ ହେତୁ ମୁଁ ବାମନ ନାମରେ ମଧ୍ୟ ଖ୍ୟାତ ହେଲି। ହେ ମାତା ! ମୁଁ ଭାବଗ୍ରାହୀ ଅଟେ। ଦେବକୀ ଓ ବସୁଦେବ ରୂପରେ ତୁମ୍ଭ ଦୁଇଜଣଙ୍କର ଏହି ତୃତୀୟ ଜନ୍ମରେ ମୁଁ ପୁଣି ତୁମ୍ଭ ଦୁହିଁଙ୍କ ପୁତ୍ର ରୂପେ ତୁମ୍ଭ ଗର୍ଭରୁ ଜାତ ହୋଇଅଛି। ମୋତେ ବାତ୍ସଲ୍ୟ ସ୍ନେହରେ ଲାଳନପାଳନ କରି ପୁତ୍ର ଭାବରେ ଭାବିଲେ ଅନ୍ତଃକାଳରେ ତୁମ୍ଭେ ଦୁହେଁ ମୋର ପରମପଦକୁ ପ୍ରାପ୍ତ ହେବ। ଦେବତାମାନେ ମୋତେ ପ୍ରାର୍ଥନା କରିବାରୁ ସେମାନଙ୍କ ପ୍ରାର୍ଥନାରେ ପ୍ରସନ୍ନ ହୋଇ କଂସ ସମେତ ଅନ୍ୟ ଅସୁରମାନଙ୍କୁ ବିନାଶ କରିବା ପାଇଁଁ ମୁଁ ମନୁଷ୍ୟ ରୂପରେ ଅବତାର ଧାରଣ କରିଅଛି। ମାତା ଦେବକୀଙ୍କୁ ଏହା କହି ସାରିବା ପରେ ଭଗବାନ ଶ୍ରୀହରି ପିତା ବସୁଦେବଙ୍କୁ କହିଲେ , ଏବେ କଥାବାର୍ତ୍ତା କରି ସମୟ ଅପଚୟ କରିବାର ବେଳ ନୁହେଁ। ତୁମ୍ଭେ ମୋତେ ଏବେ ଶୀଘ୍ର ଏଠାରୁ ନେଇ ଗୋପପୁରର ନନ୍ଦଙ୍କ ଘରକୁ ଯାଅ ଓ ସେଠାରେ ନନ୍ଦଙ୍କ ପତ୍ନୀ ଯଶୋଦାଙ୍କ କୋଳରେ ମୋତେ ରଖି ମୋ ବଦଳରେ ତାଙ୍କ ଗର୍ଭରୁ ସଦ୍ୟ ଜାତ ହୋଇଥିବା କନ୍ୟାକୁ ଏଠାକୁ ନେଇଆସ।
ଭାବାର୍ଥ – ଭଗବାନ ଶ୍ରୀହରି ତାଙ୍କୁ ନେଇ ନନ୍ଦଘରେ ଯଶୋଦାଙ୍କ କୋଳରେ ରଖି ସେଠାରୁ ଯଶୋଦାଙ୍କ ଗର୍ଭରୁ ସଦ୍ୟ ଜାତ ହୋଇଥିବା କନ୍ୟାକୁ ନେଇ ଆସିବାକୁ ପିତା ବସୁଦେବଙ୍କୁ କହିଲେ।
————//-/////////——-.
ଆସନ୍ତୁ ପଢିବା ଗୀତା….
ଅଧ୍ୟାୟ ୧୨ – ଶ୍ଳୋକ ୧୦ – ଭକ୍ତିଯୋଗଃ
ଅଭ୍ୟାସେஉପ୍ୟସମର୍ଥୋஉସି ମତ୍କର୍ମପରମୋ ଭଵ |। ମଦର୍ଥମପି କର୍ମାଣି କୁର୍ଵନ୍ସିଦ୍ଧିମଵାପ୍ସ୍ୟସି || ୧୦ ||
ଯଦି ତୁମେ ଏପରି ଅଭ୍ୟାସ କରିବାକୁ ଅସମର୍ଥ ହୁଅ ତେବେ ମୋପାଇଁ କର୍ମ ପରାୟଣ ହୁଅ । ମୋପାଇଁ ସକଳ କର୍ମ କରି ମଧ୍ୟ ତୁମେ ସିଦ୍ଧିଲାଭ କରିପାରିବବ ।
✿❣️༒ ଜୟ ଜଗନ୍ନାଥ ༒❣️✿
—/-/———————-/-//———///———
. ꧁❣️ଶ୍ରୀରାମ ଚରିତ ମାନସ❣️꧂
. ॥ ଅଯୋଧ୍ୟା କାଣ୍ଡ ॥
. 🌹 ॐ 🌹
ଜାନୀ ଶ୍ରମିତ ସୀୟ ମନ ମାହୀଂ । ଘରିକ ବିଲଂବୁ କୀହ୍ନ ବଟ ଛାହୀଂ ॥
ମୁଦିତ ନାରି ନର ଦେଖହିଂ ସୋଭା । ରୂପ ଅନୂପ ନୟନ ମନୁ ଲୋଭା ॥
ଭାବାର୍ଥ :- ପ୍ରଭୁ ଶ୍ରୀରାମ ମନରେ ମାତା ସୀତା ବହୁତ କ୍ଳାନ୍ତ ହୋଇଯାଇଛନ୍ତି ଜାଣି ପାରି ଗୋଟିଏ ବଟ ବୃକ୍ଷ ତଳେ ବିଶ୍ରାମ କଲେ । ନିକ ଗାଁ’ର ସ୍ତ୍ରୀ ପୁରୁଷ ସମସ୍ତେ ଆନନ୍ଦ ମନରେ ପରମ ଶୋଭା କୁ ନିରେଖି ଦେଖୁ ଥାଆନ୍ତି। ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ଅନୁପମ ରୂପ ସୌନ୍ଦର୍ଯ୍ୟ ଅନେକଙ୍କ ମନକୁ ଆସକ୍ତ କରିନେଇଥିଲା ।
ଏକଟକ ସବ ସୋହହିଂ ଚହୁଁ ଓରା । ରାମଚନ୍ଦ୍ର ମୁଖ ଚଂଦ ଚକୋରା॥
ତରୂନ ତମାଲ ବରନ ତନୁ ସୋହା । ଦେଖତ କୋଟି ମଦନ ମନୁ ମୋହା ॥
ଭାବାର୍ଥ :- ସବୁ ଲୋକେ ଅପଲକ ନୟନରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୁହଁ କୁ ଏକ ଚକୋର ପରି ତନ୍ମୟ ହୋଇ ଦର୍ଶନ କରୁଥିଲେ ଆଉ ଅତି ଶୋଭନିୟ ଦିଶୁଥିଲା । ପ୍ରଭୂ ଶ୍ରୀରାମଙ୍କ ଶ୍ୟାମସୁନ୍ଦର ଶରୀର ନୁଆ ତାମାଳ ଗଛର ରଙ୍ଗ ପରି ଅତ୍ୟନ୍ତ ଶୋଭାମୟ ଦିଶୁଥିଲା, ଯାହାକୁ ଦେଖି କୋଟି କାମଦେବଙ୍କ ମନ ମୋହିତ ହୋଇଯାଉଥିଲା ।
✿❁❣️༒ ଜୟ ସୀତାରାମ ༒❣️❁✿

