ଆସନ୍ତୁ ପଢିବା ଗୀତା….
ଅଧ୍ୟାୟ ୧୨ – ଶ୍ଳୋକ ୧୧ – ଭକ୍ତିଯୋଗଃ
ଅଥୈତଦପ୍ୟଶକ୍ତୋஉସି କର୍ତୁଂ ମଦ୍ୟୋଗମାଶ୍ରିତଃ |ସର୍ଵକର୍ମଫଲତ୍ୟାଗଂ ତତଃ କୁରୁ ୟତାତ୍ମଵାନ || ୧୧ ||
ଯଦି ମୋ ଯୋଗ (ସମତା) ର ଆଶ୍ରା କରି ତୁମେ ଏହା କରିବାରେ ଅସମର୍ଥ ହୁଅ ତେବେ ମନ ଓ ଇନ୍ଦ୍ରିୟଙ୍କୁ ବଶିଭୂତ କରି ସମସ୍ତ କର୍ମର ଫଳେଚ୍ଛା ତ୍ୟାଗ କର ।
ଏବେ ପଢିବା ଭାଗବତ ॥
♾️♾️⭕⭕♾️♾️
ଶୁକ ଉବାଚ
ଏମନ୍ତ କହି ନରହରି। ନରବାଳୁତ ରୂପ ଧରି।
ଗୋବିନ୍ଦ ଆଜ୍ଞା ଘେନି ଶିରେ। କୋଳେ ଧଇଲା ଚକ୍ରଧରେ।
ଘେନିଣ ଦେବ ଚକ୍ରଧର। ଭୟେଣ ହୋଏ ଥରହର।
ଶ୍ରୀକୃଷ୍ଣ ଆଜ୍ଞା ପରମାଣେ। କବାଟ ଫିଟିଲା ତକ୍ଷଣେ।
ଫିଟିଲା ପୟର ଶାଙ୍କୋଳି। ପଥ କଢ଼ାଇଲା ବିଜୁଳି।
କୋଳରେ ଘେନି ନାରାୟଣ। ବାହାର ହୋଏ ତତକ୍ଷଣ।
ନିଦ୍ରାରେ ମୋହିତ ସକଳ। ବୃଷ୍ଟି କରନ୍ତି ମେଘମାଳ।
ତିନ୍ତିବା ଦେଖି ଜଗନ୍ନାଥ। ଫଣା ଉହାଡ଼ିଲା ଅନନ୍ତ।
ଯାଆନ୍ତେ କୃଷ୍ଣଙ୍କୁ ଘେନିଣ। ପଥେ ଓଗାଳେ ଉଗ୍ରସେନ।
ବୋଲଇ କାହିଁର ରେ ଚୋର। ନିଶାରେ ହୋଇଛୁ ବାହାର।
କଂସର ଜାଣି ନାହୁଁ ବାନା। ଦେବଙ୍କ ଗର୍ବ କଲା ଚୂନା।
ମୁହିଁ ତାହାର ରିପୁ ମିତ୍ର। ଦେଖି ବୁଲଇ ରାତ୍ରେ ପଥ।
ଆଜ ହାଣିବି ତୋର ଶିର। ବନ୍ଧନ କରି ନେବି ଚୋର।
ଶୁଣି କମ୍ପଇ ବସୁଦେବ। ବିପତ୍ତି ଦେଲୁ ହା ଦଇବ।
ହା କୃଷ୍ଣ ବୋଲିଣ ବିକଳ। ନୟନୁ ବହେ ଅଶ୍ରୁଜଳ।
ବୋଲଇ ଉଗ୍ରସେନେ ଚାହିଁ। ପୁତ୍ରକୁ ନେଉଅଛି ମୁହିଁ।
ବୋଲଇ ଉଗ୍ରସେନ ବୀର। କାଲି ମାରିବ କଂସାସୁର।
ଯେତେ ବାଳକ ତୋର ଜାତ। ସବୁଙ୍କୁ କରଇ ସେ ହତ।
ମୁଁ କେହ୍ନେ ଛାଡ଼ିଦେବି ପଥ। ଶୁଣିଲେ କୋପିବ ଦଇତ୍ୟ।
ଶୁଣି ଆରତ ବସୁଦେବ। ବିକଳେ ଚିନ୍ତଇ ମାଧବ।
କମ୍ପଇ ବସୁଦେବ କାୟେ। ବଚନ ନ କହଇ ଭୟେ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଚତୁର୍ଥ ଅଧ୍ୟାୟ )
ପ୍ରସଙ୍ଗ – ଶ୍ରୀକୃଷ୍ଣ ଜନ୍ମ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଭଗବାନ ଶ୍ରୀହରି ତାଙ୍କୁ ନନ୍ଦଘରକୁ ନେଇଯିବା ପାଇଁ ପିତା ବସୁଦେବଙ୍କୁ କହି ତତକ୍ଷଣାତ୍ ଗୋଟିଏ ସାଧାରଣ ଶିଶୁ ରୂପ ଧାରଣ କଲେ। ଭଗବାନଙ୍କର ଆଜ୍ଞାକୁ ଶିରୋଧାର୍ଯ୍ୟ କରି ବସୁଦେବ ଶିଶୁ ରୂପୀ ଭଗବାନଙ୍କୁ କୋଳରେ ଧରିଲେ। କିନ୍ତୁ ଗୋଡ଼ରେ ବେଡ଼ି ପଡ଼ିଥିବା ଅବସ୍ଥାରେ ଶିଶୁପୁତ୍ରକୁ କୋଳରେ ଧରି ପ୍ରହରୀମାନେ ଜଗିଥିବା ବନ୍ଦୀଶାଳାରୁ କିପରି ବାହାରକୁ ଯିବେ ବୋଲି ଭାବି ବସୁଦେବ ଭୟରେ ଥରିବାକୁ ଲାଗିଲେ। ଭଗବାନଙ୍କ ଆଜ୍ଞାରେ ତତକ୍ଷଣାତ୍ ବନ୍ଦୀଶାଳାର କବାଟ ଗୁଡ଼ିକ ଫିଟିଗଲା ଓ ବସୁଦେବଙ୍କ ଗୋଡ଼ରୁ ବେଡ଼ି ମଧ୍ୟ ଖୋଲିଗଲା। ବର୍ଷଣମୁଖର ଅନ୍ଧାରିଆ ରାତି ହୋଇଥିଲେ ମଧ୍ୟ ବିଜୁଳି ଆଲୁଅରେ ପଥ ପରିଷ୍କାର ଭାବରେ ଦେଖାଗଲା ଓ ବସୁଦେବ ଶିଶୁ ରୂପୀ ଭଗବାନଙ୍କୁ କୋଳରେ ଧରି ନନ୍ଦଘରକୁ ଯିବାପାଇଁ ବାହାରିଲେ। ଯୋଗମାୟା ପ୍ରହରୀମାନଙ୍କ ସମେତ ସମସ୍ତ ନଗରବାସୀମାନଙ୍କୁ ନିଦ୍ରାରେ ମୋହିତ କରି ଦେଇଥିଲେ। ମେଘମାନେ ଖୁବ୍ ଜୋରରେ ବର୍ଷା କରୁଥିଲେ। ଭଗବାନ ଶ୍ରୀହରିଙ୍କୁ ବର୍ଷାରେ ତିନ୍ତିବାର ଦେଖି ଶେଷଦେବ ନିଜ ଫଣାରେ ଭଗବାନଙ୍କୁ ଢାଙ୍କି ତାଙ୍କ ପଛରେ ଚାଲିବାକୁ ଲାଗିଲେ। ଏହିପରି ଭାବରେ ବସୁଦେବ ଭଗବାନଙ୍କୁ ନେଇ ନନ୍ଦଘରକୁ ଯିବା ସମୟରେ ଉଗ୍ରସେନ ବସୁଦେବଙ୍କର ବାଟ ଓଗାଳିଲେ। ଉଗ୍ରସେନ ବସୁଦେବଙ୍କୁ କହିଲେ , ତୁ ଚୋର କିଏରେ ? ଏ ବର୍ଷଣମୁଖର ରାତିରେ ବାହାରକୁ ବାହାରିଛୁ ? ଦେବତାମାନଙ୍କର ଦର୍ପକୁ ମଧ୍ୟ ଯିଏ ଭାଙ୍ଗି ଦେଇଛି ସେହି ପ୍ରବଳ ପ୍ରତାପୀ କଂସାସୁରର ପରାକ୍ରମ ବିଷୟରେ ତୋତେ କଣ ଜଣା ନାହିଁ ? କଂସର ଆଜ୍ଞାରେ ତାର ଶତ୍ରୁ କିଏ ଓ ମିତ୍ର କିଏ ପରଖିବାକୁ ରାତିରେ ମୁଁ ଏ ନଗରକୁ ଜଗି ବୁଲୁଅଛି। ମୁଁ ଆଜି ତୋ ଭଳି ଚୋରର ମସ୍ତକ ଛେଦନ କରିବି , ନହେଲେ ତୋତେ ବନ୍ଦୀ କରି ନେଇ କଂସ ନିକଟରେ ହାଜର କରାଇବି। ଉଗ୍ରସେନଙ୍କ କଥା ଶୁଣି ବସୁଦେବ ଭୟରେ ଥରିବାକୁ ଲାଗିଲେ। ସେ ମନେ ମନେ ଭାବିଲେ , ହେ ବିଧାତା ! କାହିଁକି ମୋତେ ଏଭଳି ବିପଦରେ ପକାଇଲୁ ! ସେ ହେ ପ୍ରଭୁ ! ରକ୍ଷାକର ବୋଲି ମନେ ମନେ କହି ବିକଳରେ ଆଖିରୁ ଲୁହ ଗଡ଼ାଇବାକୁ ଲାଗିଲେ। ତାପରେ ବସୁଦେବ ଉଗ୍ରସେନଙ୍କୁ କହିଲେ , କଂସ ଭୟରେ ମୁଁ ମୋର ସଦ୍ୟଜାତ ଶିଶୁପୁତ୍ରକୁ ନେଇ ଗୋପପୁରକୁ ଯାଉଅଛି। ଆପଣ ମୋତେ ଯିବାକୁ ଦିଅନ୍ତୁ। ବସୁଦେବଙ୍କ ମୁଖରୁ ଏହି କଥା ଶୁଣି ଉଗ୍ରସେନ କହିଲେ , ହେ ବସୁଦେବ ! ଏହା ପୂର୍ବରୁ ତୁମ୍ଭର ଯେତେ ପୁତ୍ର ଜାତ ହୋଇଛନ୍ତି କଂସ ସେ ସମସ୍ତଙ୍କୁ ଯେପରି ହତ୍ୟା କରିଛି କାଲି ରାତି ପାହିବା ମାତ୍ରେ ସେ ତୁମ୍ଭର ଏହି ଶିଶୁପୁତ୍ରଟିକୁ ମଧ୍ୟ ଠିକ୍ ସେହିପରି ଭାବରେ ହତ୍ୟା କରିବ। ତେଣୁ ଏହି ଶିଶୁପୁତ୍ରକୁ ନଗର ବାହାରକୁ ନେଇ ଯିବାପାଇଁ ମୁଁ ତୁମ୍ଭଙ୍କୁ କିପରି ଅନୁମତି ଦେଇ ପାରିବି ? ମୁଁ ତୁମକୁ ଏହି ଶିଶୁପୁତ୍ରଟିକୁ ନଗର ବାହାରକୁ ନେଇ ଯିବାପାଇଁ ଅନୁମତି ଦେଇଛି ବୋଲି ଜାଣିଲେ କଂସ ମୋ ଉପରେ ଭୀଷଣ ଭାବରେ କ୍ରୋଧିତ ହେବ। ତେଣୁ ମୁଁ ତୁମ୍ଭଙ୍କୁ ଏହି ଶିଶୁପୁତ୍ରଟିକୁ ଏଠାରୁ ନେଇଯିବା ପାଇଁ ଅନୁମତି ଦେଇ ପାରିବି ନାହିଁ। ଉଗ୍ରସେନଙ୍କ ମୁଖରୁ ଏହି ନାସ୍ତିବାଚକ କଥା ଶୁଣି ବସୁଦେବ ଭୟରେ ଆତୁର ହେଲେ। ଭୟରେ ତାଙ୍କର ସର୍ବାଙ୍ଗ ଥରିବାକୁ ଲାଗିଲା ଓ ତାଙ୍କ ମୁହଁରୁ କଥା ବାହାରିଲା ନାହିଁ। ଏ ବିପଦରୁ ରକ୍ଷା ପାଇବା ପାଇଁ ବସୁଦେବ ଭୟରେ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲେ।
ଭାବାର୍ଥ – ଶିଶୁ ରୂପୀ ଭଗବାନଙ୍କୁ ବସୁଦେବ ନେଇ ନନ୍ଦଘରକୁ ଯିବା ରାସ୍ତାରେ ଉଗ୍ରସେନ ତାଙ୍କର ବାଟ ଓଗାଳିଲେ।
. ꧁❣️ଶ୍ରୀରାମ ଚରିତ ମାନସ❣️꧂
. ॥ ଅଯୋଧ୍ୟା କାଣ୍ଡ ॥
. 🌹 ॐ 🌹
ଦାମିନି ବରନ ଲଖନ ସୁଠି ନୀକେ । ନଖ ସିଖ ସୁଭଗ ଭାବତେ ଜୀ କେ ॥
ମୁନି ପଟ କଟିହ୍ନ କସେଂ ତୁନୀରା ॥ ସୋହହିଂ କର କମଲନି ଧନୁ ତୀରା ॥
ଭାଵାର୍ଥ :- ବିଜୁଳିର ରଙ୍ଗ ପରି ଶ୍ରୀ ଲକ୍ଷ୍ମଣ ବହୁତ ସୁନ୍ଦର ଆଉ ବହୁତ ଉତ୍ତମ ସ୍ୱଭାବର ଜଣାପଡୁଥାନ୍ତି । ପାଦର ନଖ ଠାରୁ ମୁଣ୍ଡର ଶିଖା ପର୍ଯ୍ୟନ୍ତ ବହୁତ ସୁନ୍ଦର ଥିଲେ ଆଉ ସମସ୍ତଙ୍କୁ ବହୁତ ଭଲ ଲାଗୁଥିଲେ । ଦୁଇ ଭାଇ ମୁନି ମାନଙ୍କ ପରି ବଲ୍କଳ ଆଦି ବସ୍ତ୍ର ପରିଧାନ କରିଥିଲେ ଆଉ ଅଣ୍ଟାରେ ଧନୁତୀର ପାଇଁ ତରକସ କୁ ଭିଡ଼ି ଥିଲେ । ପଦ୍ମ ଫୁଲର ପାଖୁଡ଼ା ପରି ହାତରେ ଧନୁଷ ବାଣ ଶୋଭିତ ହେଉଥିଲା ।
ଜଟା ମୁକୁଟ ସୀସନି ସୁଭଗ ଉର ଭୁଜ ନୟନ ବିସାଲ । ସରଦ ପରବ ବିଧୁ ବଦନ ବର ଲସତ ସ୍ବେଦ କନ ଜାଲ।
ଭାବାର୍ଥ :- ମୁଣ୍ଡରେ ମୁକୁଟ ସଦୃଶ୍ୟ ଜଟା ସହିତ ବକ୍ଷ ସ୍ଥଳ, ବାହୁ ଆଉ ବିଶାଳ ନେତ୍ର ଯାହା ଶରତ ଋତୁର ପୂର୍ଣ୍ଣିମାର ଚନ୍ଦ୍ରମା ସମ ମୁଖମଣ୍ଡଳରେ ଝାଳ ବୁନ୍ଦା ବୁନ୍ଦା ସମଷ୍ଟି ଶୋଭିତ ହେଉଥିଲା ।
✿❁❣️༒ ଜୟ ସୀତାରାମ ༒❣️❁✿
🕉️ ସପ୍ରେମ ସନାତନ ସ୍ମରଣ 🕉️
. ‼️ ସୁପ୍ରଭାତମ୍ ! ‼️
ମଣିଷକୁ ଜୀବନରେ ଦୁଇଟି କାମ କେବେ କରିବା ଅନୁଚିତା….
ପ୍ରଥମ, ମୂର୍ଖକୁ କେବେ ବନ୍ଧୁ କରିବେ ନାହିଁ ଏବଂ ଦ୍ବିତୀୟରେ ବନ୍ଧୁକୁ କେବେ ମୂର୍ଖ କରିବେ ନାହିଁ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹
✿ଓ❣️ ଶ୍ରୀ ଜଗନ୍ନାଥ ଶରଣଂ❣️ଆ✿

