
ଶୁଣ ଦଧି ବାମନ
ସାରଦା ପ୍ରସାଦ ମିଶ୍ର
ମଙ୍ଗଳ ମୟ କରୁଣା ନିଳୟ ହେ ଦଧି ବାମନ
ତବ ଆଶ୍ରିତ କୃପା ବାଞ୍ଛିତ କରୁ ବାରେ ଜଣାଣ
ଶ୍ରୁତି ବ।ଧିତ ଏହାତ ସତ୍ୟ ତୁମ କର୍ଣ୍ଣ ବିହୀନ।
ମହୋଦଧି କୂଳେ ଭକତ ଗହଳେ ତୁମେତ ଜଗନ୍ନାଥ
ତୁମ ମନ୍ଦିର ଛୁଏଁ ମୁଦିର ସଙ୍ଗତେ ଭଗିନୀ ଭ୍ରାତ
ଛତିଶା ନିଯୋଗ ରାଜା ସହଯୋଗ ସତତ ନ୍ୟସ୍ତ ।
ଆମ ଇନ୍ଦ।ଳେ ଛୋଟ ଦେଉଳେ ତୁମେ ଦଧି ବାମନ
ଛପନ ଭୋଗୀ ହୋଇଛ ରାଗି ନ ପାଇ ସମ୍ମାନ
ତୁମ ପୂଜନ ପାଇଁ ମକଦମ୍ ଦେଇଥିଲେ ଜମି 22ମ।ଣ।
ଆଜିର ସେବକ ନାହିଁ ବିବେକ ଖୁଆଉଛି ଖାଲି ହଳଦୀ ଭାତ
ନାହିଁ ମଶାଲ ଆଢେନି ଛତର ହେଉନାହିଁ ଆଉ ରାହାସ ଯାତ
ପାର୍ବଣ ପୂଜା ବାଜୁନି ବାଜା ଜ।ଳ ବାଲା କରେ ହରକତ।
ତୁମ ବିଜେ ସ୍ଥଳ ନଥିଲା ନିର୍ମଳ ବର୍ଷାରେ ବଢେ ଘାସ ପତର
ବୁଲେ ତମ୍ପ ଗୋଖର ମଳ ଛାଡେ କୁକୁର ଯିବାକୁ ମାଡଇ ଡର
ପାଇ ତବ ଆଶିଷ ସର୍ବେ ହୋଇ ହରଷ କରିଛନ୍ତି ସୁନ୍ଦର।
ମନ୍ଦିର ରକ୍ଷିକା ମାଆ ଚର୍ଚ୍ଚିକା ବସିଥିବା ସ୍ଥାନେ ନଥିଲା ଛପର
ଗାଁ ବାଳିକା ଗଣ ଓଷା ପରବ ଦିନ ସ୍ନାନ କରୁଥଲେ ଶରୀର
ଏବେ ମା ଛ।ତର ତଳେ ଆନନ୍ଦ ଭୋଳେ ନାହିଁ ଖରା କାକର।
ହେ ବିଶ୍ଵ ପାଳକ ବ୍ରହ୍ମାଣ୍ଡ ନାୟକ ତବ ପଦେ ନୁଆଉଁ ଶିର
ଦୟା ଦେଖାଅ ହେ ଦୟାମୟ ତୁମ ଅଭୟ କର ପ୍ରସାର
ତବ ଭଜନ ବିନା ଅନ୍ୟ ଚିନ୍ତନ ନ ପଶୁ ଆମ ମନର ।
ହେ ଦଧିବାବନ ହେ ଚକା ନୟନ ନିର୍ଦ୍ଦେଶ ଏବେ ସେବକ ଗଣ
ଶ୍ରଦ୍ଧା ଆଦର ସହ ସେବା କରୁ ନିର୍ବାହ ଟେକ ରଖୁ ସମ୍ମାନ
ତୁମ ଅଭୟ କର ରହୁ ତାଙ୍କ ଉପର ଆନନ୍ଦ ରେ ଯାଉ ତାଙ୍କ ଦିନ।
