ଅଶାନ୍ତ କଟକ
ସାରଦା ପ୍ରସାଦ ମିଶ୍ର
କଟକ ନଗର ଧବଳ ଟଗର
ବୟସ ସହସ୍ରାଧିକ
ହିଂସାର ଅନଳ ପ୍ରଜ୍ଜ୍ବଳି ପ୍ରଖର
ସୃଷ୍ଟି କରିଛି ଆତଙ୍କ ।
ଚଣ୍ଡୀ ଆଶ୍ରିତ ମହାନଦୀ ଧଉତ
ଶାନ୍ତ ସମୀରଣ ତଳେ
ଅସହିଷ୍ଣୁତାର ଘୃଣ୍ୟ ପ୍ରାଚୀର
ଜନତାଙ୍କୁ ଗ୍ର।ସେ ବଳେ ।
ଶୁଭ୍ର ରଜତର କମ୍ର ଅଳଙ୍କାର
ବିଶ୍ଵର ଯାହାର କ୍ଷାତି |
ଆଜି ସେହି ସ୍ଥାନ ରୁଧିରେ ସ୍ନାହାନ
ଖଣ୍ଡିତ ଭାତ୍ରୁ ପ୍ରୀତି ।
ମାତା ମହାମାୟା କାହିଁକି ନିର୍ଦ୍ଦୟା
ତାର ସନ୍ତାନ ଉପରେ
ଭଗ୍ନ ବାରବାଟି ଅଟେ ଯାର ସାକ୍ଷୀ
ମନେ ତା ସଂଶୟ ଭରେ ।
ଅପରାଧ ତତ୍ତ୍ଵ କରିଛି ସାବ୍ୟସ୍ତ
ତାର ବଳବନ୍ତ ସ୍ଥିତି
ହସ ଖୁସି ଘରେ ଲୁହ ଲହୁ ଝରେ
ମଳିନ ତାହାର କୀର୍ତ୍ତି ।
ମନ୍ଦିରର ଘଣ୍ଟ ଲାଗଇ ଉତ୍କଟ
ମସଜିଦ ଭରେ ବିଷ
ଗିର୍ଜ।ର ପ୍ରାର୍ଥନା ହୁଏ ଆନମନା
ପରଷ୍ପର ପ୍ରତି ରୋଷ ।
ମାନବ ବାଦର ମହିମା ପ୍ରଚାର
କର ସର୍ବେ ମିଳି ଭାଇ
ବାଦ ବିବାଦର କରି ଦୃଶ୍ୟାନ୍ତର
ସୁଖେ କାଳ କାଟ ରହି।
ଶାନ୍ତିର ସହର ହେବ ଅଗ୍ରସର
ଅଧିବାସୀ ହେବେ ସୁଖୀ
ହିଂସାର ଚିରାଳ କର ପରିହାର
ବିବେକକୁ କରି ସାକ୍ଷୀ ।
ମା ଆସୁଛନ୍ତି


କଟକ ଯେପରି ଏକ ଐତିହ୍ୟବାହୀ ଓ ସଂସ୍କୃତିଦ୍ଧ କେନ୍ଦ୍ର, ସେଥିରେ ହିଂସା, ଅସହିଷ୍ଣୁତା ଓ ଭାତୃ-ସଂଘର୍ଷ ବଢ଼ୁଛି — ଏହି ଅବସ୍ଥା ପ୍ରତି ଅଭିବ୍ୟକ୍ତି ହେଉଛି ଏହି କବିତା।
ମାଆ ମହାମାୟା ଯାହା ଶାନ୍ତି ଓ ସୁଖର ପ୍ରତୀକ, ସେହି ଦେବୀ ପ୍ରତି କବିର ପ୍ରଶ୍ନ — ତାଙ୍କ ସନ୍ତାନମାନେ କାହିଁକି ଏଭଳି ହିଂସା ଓ ଦୁଃଖରେ ଡୁବି ଯାଉଛନ୍ତି?
କବି ଧର୍ମୀୟ ସଂସ୍ଥାମାନଙ୍କ — ମନ୍ଦିର, ମସଜିଦ, ଗିର୍ଜା — ମଧ୍ୟରେ ବିକାଶିତ ଅସମ୍ମତି ଓ ଘୃଣାକୁ ଦେଖାଇଛନ୍ତି।