ଦୋଳଯାତ୍ରା
ସାରଦା ପ୍ରସାଦ ମିଶ୍ର
ଦେଖଲୋ ସଙ୍ଗାତ ଶୁଣ ବଉଳ
ଆଜି ପରା ଅଟେ ପରବ ଦୋଳ
ବିମ।ନେ ଆସନ୍ତି ଶ୍ରୀ ରାଧା ମାଧବ
ବାଜେ ଘଣ୍ଟା ଘଣ୍ଟ ଖୋଳ କରତାଳ ।
ଗାଁ ଗାଁରେ ହେଉଅଛି ମେଲଣ
ପଟୁଆରେ ଆସିଥାନ୍ତି ବିମାନ
ମେଲଣ ସ୍ଥାନରେ ଠାକୁର ବସନ୍ତି
ମୁଖରିତ ହୋଇ ଉଠେ ସେ ସ୍ଥାନ।
ଘର ଘର ବୁଲି ଖାଆନ୍ତି ଭୋଗ
ଗୃହ ଲୋକ ମନେ ଭରେ ସରାଗ
ତାଙ୍କ ଦୁଆରେ ବିଜେ ଆଜି ହରି
ହୁଅଇ ବସନ୍ତ ରାହାସ ଉତ୍ସବ ।
ଘୋଡା ନାଚ ଦାସ କାଠିଆ ପାଲା
ଯେତେ ଯେତେ ପୁରୁଣା ଲୋକ କଳା
ଦୋଳ ଯାତ୍ରାରେ ଏ ସବୁ ବଞ୍ଚିଛି
ଯାହା ଦେଖୁଛନ୍ତି ଆଜି କାଲିର ପିଲା ।
ମେଲଣ ରେ ଖୋଲି ଦୋକାନ ମାନ
ବସିଥାନ୍ତି ବ୍ୟବସାୟୀ ଭାଇ ଗଣ
ଚ।ଟ ଠୁଙ୍କ। ପୁରି ବରା ଖାଇ
କିଣି ଥାଆନ୍ତି ଦରକାରୀ ଜିନିଷ ମାନ।
ଵରଷକେ ଥରେ ପଡ଼ଇ ଦୋଳ
ପାଞ୍ଚ ଦିନ ପାଇଁ ଆନନ୍ଦ କୋଳାହଳ
ଶେଷ ଦିନ ରଙ୍ଗ ଅବିରର ଖେଳ
ମିଳି ମିଶି ପାଳି ସର୍ବେ ହୁଅନ୍ତି ଭୋଳ।
