ସେଇ “ମା”
ତପନ କୁମାର ନାୟକ
ବଦଳିବନୀ କେମିତି ଯେ
ସ୍ନେହର ପରସ ଭିତରେ
ଈର୍ଷା, ଦ୍ଵେଷ ଯେତେ ଅଜ୍ଞାନ
ଅନ୍ଧତ୍ଵର ଅନ୍ଧକାର
ଅବା ଚିହ୍ନା ମୁହଁର ଅଭୂଲାପଣ |
ତୋଳିଆଣି ସକାଳୁ ସକାଳୁ
ସ୍ନିଗ୍ଧ ମୁହୁରତର ଚୁମ୍ବନ
ଆଙ୍କିଦେ ତୋ ଯଠା ର ସମୟର ପ୍ରତିଦାନ
ଚିବୁକରେ ଫୁଲର ପରଶ ଦେଇ
ସଉନଲାଇଦେ , ରହିବନି ତୋ ଶିଶୁର
ଆଉ ଅଭୁଜା ପଣ |

ଲୁକ୍କାୟିତ ମନ ଭିତରୁ
ଲିଭିଯିବ ଯେତେ ପଶୁପଣ
ନିଜ ପ୍ରତିବିମ୍ବରେ ହଜି ଯାଉଛୁ ତୁ କାଇଁ
ଲୁଚିଯିବ ଯେତେତୋର କ୍ରୁଦ୍ଧଗର୍ଜନ |
ଅହଂକାର, ମିଥ୍ୟା ଆବର୍ଜନା
କଳୁଷିତ ବାତାବରଣ
ସଫା କରି କରି ଥକି ପଡିଲୁଣି
ତାଭିତରେ ଥିବତୋର ଶୁଭ୍ରତାର ପରିଚୟ
ଖୋଜିବାକୁ ହେବ ତୋତେ
ଅଭିନୟ ଅଭିନୟ ରେ ହେଉପଛେ
ପଛେ ପଛେ ଛାଡିଦେବୁ
ପାଉଁଶ ହେଇ ଉଡିଜୀବ |
କାହିଁ ଯାଇ ପଡିବ, ଖୋଜିବାକୁ ହେବନି ମନ
ସହସ୍ର ନାମ ଭିତରୁ ବାଛି ନଉନୁତୁ
ଲୁଚାଇଦେଇ ନିଜ ପରିଚୟ
ଥାପି ଦେଇ ଧୀରେଧିରେ
କୋମଳମତି ଶିଶୁର ମଥାରେ
ମାର ଯେତେ ନିସ୍ଵାର୍ଥପର ପରିଚୟ
ଧର୍ଯ୍ୟର ପାହାଡ ଭିତରେ ମିଠା ମିଠା ତାନ |

There was a time when mothers were not taking proper care of their child and were busy in
clubs, parties. The child was deprive of mothers real love. The sibaganas made the
awakening in the mother’s consciousness to change their feelings for their child/children.
ଓଁ ଶ୍ରୀଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ


ତପନ ସାର ମା ପାଇଁ କବିତାଟି ଅତି ସୁନ୍ଦର ଓ ସରଳ ହୃଦୟ ସ୍ପର୍ଶୀ ହେଇଚି | ପ୍ରକୃତରେ ମା ମା ଦୁନିଆରେ କେହି ନିଜ ମା ପାରି ହେବ?
କବିତାର ମୁଖ୍ୟ ସାର
ମା’ର ସ୍ନେହର ସ୍ପର୍ଶ ମଧ୍ୟରେ ଈର୍ଷା, ଦ୍ୱେଷ, ଅଜ୍ଞାନତା ଓ ଅନ୍ଧକାରୀ ଭାବନାଗୁଡ଼ିକ ହରାଇଯାଏ।
ସକାଳର ସ୍ନିଗ୍ଧ ମୁହୂର୍ତ୍ତରେ ମା’ ସନ୍ତାନକୁ ଆଲିଙ୍ଗନ କରି ପ୍ରେମର ଚୁମ୍ବନରେ ଅଭୁଜାପଣକୁ ସାରଥି କରାନ୍ତି।
ମା’ର ଦୟାଳୁ ସ୍ପର୍ଶ ସନ୍ତାନକୁ ସମସ୍ତ ପଶୁସ୍ୱଭାବ, ରୁଷାଣି, ଗର୍ବ ଓ କଳୁଷତାରୁ ଦୂରେଇ ପବିତ୍ରତାର ପଥେ ଆଣିଦିଏ।
ସେ ଧାର୍ଯ୍ୟର ପର୍ବତ, ଯିଏ ସନ୍ତାନର ମନରେ ସଦା ଶୁଭ୍ରତା ଓ ମିଠା ଭାବ ବିଜର୍ଜିତ କରିଥାଏ।
ସର୍ବଶେଷରେ, ମା’ର ପରିଚୟ ହେଉଛି ନିସ୍ଵାର୍ଥତା, ପ୍ରେମ ଓ ସହନଶୀଳତା।
ଏହି କବିତା ମା’ର ମୂଳତ୍ଵ କୁ ଉଜାଗର କରିଛି — ସେ କେବଳ ଜୀବନର ଜନନୀ ନୁହେଁ, ସେହି ସମୟରେ ସହନଶୀଳ ସ୍ନେହ, ଶାନ୍ତି, ଓ ଆଶ୍ରୟର ଆକାର।
ସୁନ୍ଦର ସରଳ ସ୍ୱାଗତ ଯୋଗ୍ୟ କବିତାଟି ଲେଖକ କବି ହୃଦୟରୁ ଲେଖିଛନ୍ତି, ଅତି ସୁନ୍ଦର 👌
Pingback: ଜୀବନ ଟି ଚାଲେ ବିଦାୟ ପଥେ - UniverseHeaven
Pingback: THE MAN - UniverseHeaven
Pingback: ମୁଁ - UniverseHeaven
Pingback: धागा - UniverseHeaven
ନମସ୍କାର
ଆପଣଙ୍କୁ ଅଶେଷ ଧନ୍ୟବାଦ
ତପନ