“ମୁଁ”
ତପନ କୁମାର ନାୟକ
ଆଉ ମୁଁ ମୋର ବୋଲି କହୁନି
କହୁନି ମୁଁ କିଏ , ମୁଁ କାହିଁକି ଆସିଲି
ଅବା କାହା ପାପର ପ୍ରାୟଶ୍ଚିତ ପାଇଁ
ଜଳି ଜଳି ପାଉଁଶ ହେବାପୂର୍ବରୁ
ବୁଝିବାକୁ ଚେଷ୍ଟାକଲି
ଅବା ବୁଝାଈବାକୁ ଚେଷ୍ଟାକଲି
କିଏ କଣ ଅର୍ଥ ନେଲା
ତାର ସୀମିତ ପରିଚୟ ଭିତରେ
ଖାଲି ଗୋଡି ମାଟି – ଦେହ
ଯନ୍ତ୍ରଣାର ସ୍ଵର ତୀବ୍ର ଅବାତିବ୍ରତର
ଖିନଭିନ କରି ଖାଇବାର ଶବ୍ଦ
ରକ୍ତତା ଅବୟବ ହିଁ ତାର ପରିଚୟ
ଅବିଶ୍ଵାସ ର ମୂଳଦୁଆ ରେ
ଯେଉଁ ସମ୍ପର୍କ , ସେଠି ବିଶ୍ବାସର
ବିଶ୍ବାସର ମାନେ କିଛି ହୁଏନା
ସେଠି ନବୁଝିବାର ଜିଦରେ ସେମାନେ ଅଟଳ
ସେଇ କିମ୍ବୁତ କିମ୍ବାକାର ଦେହ ଗୁଡା
ହିଂସ୍ର ନଖ ଦନ୍ତରେ ସଜ୍ଜିତ
କିଛି ବୁଝାଈବାକୁ ଚେଷ୍ଟା କଲେ
ତୁମେ ପାଇବ ଆଘାତ
ମୁଁ ତ ଜାଣେ ମୋ ଜନ୍ମ ର ଈତିହାସ
ତେଣୁ ମୁ ନୁହେଁ ବିବ୍ରତ
ମୁଁ ଏଇ ଜନ୍ମରେ ନୂଆ ଦେହରେ ସଜ୍ଜିତ
ମୁଁ ତ ଦେହ ଛାଡ଼ି ପୁଣି
ସେଠି ପ୍ରବେଶ କଲା ପୂର୍ବରୁ
ସେହି ମାୟା ମୋହରେ , ବନ୍ଦୀ
ତେଣୁ ଏ ଅପରିସୀମ ଦୁଃଖ
ଏହା ତ ଥିଲା ବିଧି ର ମୁଖନିସୃତ
କେତେବଡ ଭୁଲ ନୁହେଁ ?
ବିଧାତା ର ପ୍ରଶ୍ନ “ରେ ଆତ୍ମା “
ଏ ତୋର ମୁକ୍ତି ର ସମୟ
ମାୟା ମୋହରେ ତେଣୁ ଜୀବନ ଭିକ୍ଷା
ଏ ଦୁଃଖ ବିଧିର ନିର୍ଦେଶ
ମୁଁ ତ କୃଶବିଧ୍ହ
ମୁ ତ ଆଜି ଶରଶଯ୍ୟା ରେ ସାୟିତ
ମୁଁ ତ ତେଣୁ ଅସୃସିକ୍ତ
ମୁଁ ପୁଣି ଫଗୁଣ ର ମହକକୁ
ବାନ୍ଧି ରଖିଥିବା କେଉଁ ଏକ ଖଣ୍ଡିଆ ଭୁତ
ମୁଁ ତ ବଇସାକ୍ଷ ର ରୁଦ୍ରତାପ ରେ ଜର୍ଜରିତ
ମୁଁ ଅଶାନ୍ତ ସାଗରର ଲହଡି ଅଗଣିତ
ମୁଁ ତ ଅବଚେତନ ନାରୀ ମନ ର
ଏକ ବିଭ୍ରାନ୍ତ ତଥ୍ୟ
ମୁଁ ତ ଭଲପାଇବାର
ମାଇଲ ଖୁଣ୍ଟ ଅପରିଚିତ
ମୁଁ ତ ରୁଗ୍ଣ ପଥିକର
ଆଶା ବାଡି ବାଞ୍ଛିତ
ମୁଁ ବି ମୃତଦେହ ର
ଅନିମିୟତ ଶବବାହକ
ମୁଁ ନୁହେଁ ମଣିଷ ଦେହର
ପୋଡା ମାଂସରେ ବିବ୍ରତ
ମୁଁ ଆକାରଣେ ଲାଞ୍ଛିତ , ଅପମାନିତ
ମୁଁ ତ ରୋଗ ଶଯ୍ୟା ରେ ଶାୟିତ
କେଉଁ ଅଜଣା ମଣିଷ ର
ଏକ ସ୍ନେହରେ ବଢାଈଥିବା ହାତ
ମୁଁ ତ ସମୁଦ୍ର ମନ୍ଥନରୁ ପିଈ ଥିବା ଗୋଟେ ଅମୃତ
ମୁଁ ତ ଅବଚେତନ ମନକୁ
ପରମଶକ୍ତି ପାଖରେ ସମର୍ପି ଦେଇଥିବା
ଗୋଟେ ସ୍ୱରୂପ
ମୁଁ ତ ସନ୍ଧେହୀ ମନର
ଆକାରଣେ ଜନ୍ମ ନେଇଥିବା
ପ୍ରଶ୍ନ ଅନେକ
ମୁଁ ପୁଣି ସେହିମନର ଅବିଶ୍ବାସର
ଗୋଟେ ଅସ୍ପଷ୍ଟ, ଅବାଞ୍ଛିତ ପ୍ରତୀକ
ମୁଁ ତ ଜୀବନକୁ ଭୁଲ ନବୁଝିପାରିବାର
ଏକ ନିଛକ ନିକାନ୍ତନ ସତ୍ୟ
ସେଇ “ମା”


ଏହି କବିତାରେ କବି ଆତ୍ମ-ପରିଚୟ, ଜନ୍ମ-ମୃତ୍ୟୁର ରହସ୍ୟ ଏବଂ ବିଧିର କ୍ରୁର ସତ୍ୟ କୁ ଗଭୀର ଭାବରେ କଥାହେବା କରିଛନ୍ତି ।କବିତାର ମୁଖ୍ୟ ଅର୍ଥଏଠି କବି ନିଜକୁ “ମୁଁ” ଭାବରେ ପ୍ରଶ୍ନ କରିଛନ୍ତି—ମୁଁ କିଏ, କାହିଁକି ଆସିଲି, ମୋର ଜୀବନ ସତ୍ୟ କ’ଣ?
ତାଙ୍କର ଅନୁଭୂତିରେ—ମଣିଷର ଦେହ ମାଟିର, ଯନ୍ତ୍ରଣାର ।ସମ୍ପର୍କରେ ଅବିଶ୍ବାସ, ଜିଦ ଓ ଭ୍ରମ।ଦେହର ପରିଚୟ ଅସ୍ଥାୟୀ, କିନ୍ତୁ ଆତ୍ମାର ପରିଚୟ ଶାଶ୍ୱତ।ପ୍ରତୀକ ଓ ଭିତ୍ତି“ଦେହ ପୋଡା ମାଂସ” – ମଣିଷର ଅସାର ସତ୍ତା।“ଶରଶଯ୍ୟା” – ବିଧିର କ୍ରୁର ବାସ୍ତବତା, କୃଶ୍ଣଙ୍କ ପରାଜିତ ଯୋଧାର ଅବସ୍ଥା।“ଫଗୁଣର ମହକ, ବଇଶାଖର ରୁଦ୍ରତାପ” – ଜୀବନର ଖୁସି ଓ ଦୁଃଖର ମିଶ୍ରତା।“ସମୁଦ୍ରମନ୍ଥନର ଅମୃତ” – ଅଜଣା ଭିତରୁ ଆଶା ଓ ମୋକ୍ଷର ସଂକେତ।ଭାବ ଓ ଦର୍ଶନନିଜକୁ କେବଳ ଯନ୍ତ୍ରଣା, ଅବିଶ୍ୱାସ, ଲାଞ୍ଛନାରେ ଦେଖିବା—ଅସ୍ତିତ୍ୱର ସଂଘର୍ଷ।ମାୟା ଓ ମୋହକୁ ବିଧିର ଖେଳାଭୂମି ଭାବରେ ଦେଖାଇବା।ଆତ୍ମା ଯେତେବେଳେ ମୋହରୁ ମୁକ୍ତ, ସେତେବେଳେ ମୁକ୍ତି—ଅଧ୍ୟାତ୍ମିକ ସତ୍ୟର ଉଚ୍ଚାରଣ।ସାରଏକଥା କହାଯାଇପାରେ ଯେ ଏହି କବିତା ଜୀବନର ତାତ୍ପର୍ଯ୍ୟ, ମାୟା-ମୋହର ଅସାରତା ଓ ଆତ୍ମାର ଶାଶ୍ୱତ ସତ୍ୟ କୁ ଗଭୀର ଭାବରେ ଉଚ୍ଚାରିତ କରିଛି ।
Pingback: ପ୍ରମୋଦ କୁମାର ରାଉତ - UniverseHeaven