ମା ଆସୁଛନ୍ତି
ସାରଦା ପ୍ରସାଦ ମିଶ୍ର
ପଲ୍ଲୀଠୁ ସହର ହେଉଛି ଚଞ୍ଚଳ
ବିଜେ ହେବେ ଆସି ମାଆ
ଝର ଝର ବାରି ପଡୁଛି ଗଗନୁ
ବହୁଛି ଶୀତଳ ବାଆ ।
ମଣ୍ଡପ ତୋରଣ ହେଉଅଛି ସଜା
ଶିଳ୍ପୀ ତୁଳୀକ। ଚଞ୍ଚଳ
ଅନ୍ତିମ ପ୍ରଲେପ ମୁରତିରେ ଦିଏ
ନାହିଁ ତାରେ ଅବସର ।
ବଜାର ବିପଣି କୋଳାହଳ ପୂର୍ଣ୍ଣ
ନିଜ ମନ ପସନ୍ଦର
ବସ୍ତ୍ର ଅଳଙ୍କାର ସୌଖିନ ସାମଗ୍ରୀ
କ୍ରୟ କରେ ନାରୀ ନର ।
ଦୂର ସହରରୁ ମନ ଆନନ୍ଦରେ
ଦଶହରା ପୂଜା ପାଇଁ
ନିଜ ଗୃହ ମୁଖେ ଫେରୁଛନ୍ତି ଥୋକେ
ଦେଖିବେ ଜନମ ଭୂଇଁ ।
ମଉସୁମୀ କିନ୍ତୁ ଯାଇ ନାହିଁ ଫେରି
ହେଉଅଛି ବିଳମ୍ବିତ
ଜନ ସମାଗମ ହୋଇବ ବ୍ୟାହତ
ହେଲେ ସଦା ବାରିପ।ତ ।
ଅବିରାମ ବାରି ପାତେ ଗ୍ରାମ ଶିରୀ
ହେଉଅଛି ବିପର୍ଯ୍ୟସ୍ତ
ବିହଗ ସକଳ ଗ୍ରାମ୍ୟ ପଶୁକୁଳ
ଖାଦ୍ୟ ପାଇଁ ବିଚଳିତ ।
କୂଳ ଲଙ୍ଘି ନଦୀ ଧାଏଁ ଗର୍ଜି ଗର୍ଜ୍ଜି
ବହୁଅଛି ବନ୍ୟାଜଳ
ଶରତର ସ୍ୱଚ୍ଛ ନୀରା କଲ୍ଲୋଳିନୀ
ଅଙ୍ଗ ଫେନିଳ ଆବିଳ ।
ମହିଷାମର୍ଦ୍ଦିନୀ ଦେବୀ କାତ୍ୟାୟନୀ
ଆସିବେ ନୌକା ବ।ହାନେ
ଗ୍ର।ମଠୁ ସହର ଘର ରୁ ବଜାର
କଥା ଘୁରେ କନେ କାନେ।
ଦେଵୀ ମହାମାୟା କରିଲେ ସୁଦୟ।
ହେବ ପାଗ ଅନୁକୂଳ
କୋଳାହଳ ଏବଂ ଆନନ୍ଦ ଉଲ୍ଲାସେ
ହୋଇ ଉଠିବ ମୁଖର ।
ଗ୍ରହଣର ଅଟ୍ଟହାସ
ଭଙ୍ଗା ପଥୁରି


ଏହି କବିତାର କେନ୍ଦ୍ର ସୂତ୍ର ମାଆଙ୍କ ଆଗମନ ପ୍ରତିକ୍ଷା।
ଦୂର୍ଗାପୂଜା ପାଇଁ ଆମ ସାମାଜିକ-ସାମୂହିକ ଉଲ୍ଲାସ, ପ୍ରକୃତିର ସାଜ, ମଣିଷର ଆଶା-ଭରସା ଏବଂ ପୂଜାପାଳନର ପରମ୍ପରା—କବି ଏଥିରେ ସାଙ୍ଗୋପାଙ୍ଗରେ ପ୍ରକାଶ କରିଛନ୍ତି।
ବହୁତ ସୁନ୍ଦର ଓ ସରଳ ବୋଧଗମ୍ୟ କବିତାଟି ସାରଦା ବାବୁଙ୍କୁ ଅନେକ ଅନେକ ସାଧୁବାଦ
Pingback: Durga Puja in America : Preserving Heritage, Celebrating Community - UniverseHeaven
Pingback: ସରଗୁ ବ।ରତା - UniverseHeaven
Pingback: ଅଶାନ୍ତ କଟକ - UniverseHeaven