ହେମନ୍ତ
ସାରଦା ପ୍ରସାଦ ମିଶ୍ର

ମୌସୁମୀ ସୁନ୍ଦରୀ ଯାଏ ଅପସରି
ହୈମନ୍ତିକ ବାଆ ବହେ
କେଦାରେ କେଦାରେ ଗର୍ଭବତୀ ଧାନ
ସବୁଜିମା ମନ ମୋହେ।
ଉର୍ମି ମତୁଆଲା ସମୀର ପରଶେ
କରେ ଆନନ୍ଦେ ନର୍ତ୍ତନ
ସନ୍ ସନ୍ ସ୍ୱରେ ସ୍ୱାଗତିକା ଗାଏ
ତଟ ଦେଶ ଝାଉଁ ବଣ ।
ଗଗନ ଅଙ୍ଗନ ଅତି ପରିଚ୍ଛନ୍ନ
ନିଳୀମା ପ୍ରକାଶେ ହସି
ଦିବାକର ଅଂଶୁ ପୁଲକ ଜଗାଏ
ରଜନୀରେ ହସେ ଶଶି ।
ଜମ୍ବୁକ ନକୁଳ ବାନର ବିଡାଳ
ସ୍ୱଛନ୍ଦେ କରନ୍ତି ବିହାର
କାଶତଣ୍ଡୀ ହସେ କଲ୍ଲୋଳିନୀ ପାଶେ
ଜଳେ କୁମୁଦ କହ୍ଲାର ।
କୁମ୍ଭାଟୁଆ କୁଆ ଚିଲ ଓ ଚଟିଆ
ଗେଣ୍ଡ।ଳିଆ ପାରା ବଗ
ଗ୍ରାମ ପରିବେଶ କରନ୍ତି ସୁନ୍ଦର
ଏହି ସମସ୍ତ ବିହାଗ ।
ତଟିନୀ ସଲିଳ ସ୍ୱଚ୍ଛ ନିରିମଳ
ସ୍ରୋତ ହୋଇଛି ମନ୍ଥର
ଶୁଭ୍ର ସିକତିଳ ନଦୀ ଶଯ୍ୟ।ପରେ
ହଂସରାଳୀ ଝ।ଡେ ପର ।
କରାଳ ବାତ୍ୟାର କ୍ରୁର ଆକ୍ରମଣୁ
ବର୍ତ୍ତିଥିବା ବଟବୃକ୍ଷ
ସବୁଜ ପଲ୍ଲବେ ମଣ୍ଡାଇ ତନୁଶ୍ରୀ
ପ୍ରକଟେ ଅପୂର୍ବ ଦୃଶ୍ୟ ।
ପ୍ରଶାନ୍ତ ହେମନ୍ତ ଦିଅଇ ବାରତା
ଶୁଣ ଆହେ ଦେଶ ବାସୀ
ଶାନ୍ତି ହିଁ ସମୃଦ୍ଧିର ଅନ୍ୟନାମ
ଅଶାନ୍ତି ଲିଭାଏ ଖୁସି ।
ଆନନ୍ଦେ ଜାଳି ଦିପାଳୀ
ଦୁଃଖ କ୍ଲେଶ କ୍ରୋଧ ମନୁ ପରିହରି
ହୁଅ ସର୍ବେ କୋଳ। କୋଳି।
ପ୍ରଚଣ୍ଡ ଚଣ୍ଡିକା ମାତା ମହ।କ।ଳୀଙ୍କୁ
କରି ଅର୍ଚ୍ଚନ ପୂଜନ
ନିଜର ପୁର୍ବଜ ମାନଙ୍କୁ ସ୍ମରଣ
କରି ଜ।ଳ ହୁତାଶନ ।
ଅଜଣା ରାଇଜୁ ଅମୃତ ଦୃଷ୍ଟିରେ
ଚାହିଁ ଥାନ୍ତୁ ଦିବଂଗତ
ତାଙ୍କରି କୃପାରୁ ସଦା ସୁଖ ମୟ
ହେଉ ଆମ ଚଲା ପଥ।
କବିତା


ଏହା ସାରଦା ପ୍ରସାଦ ମିଶ୍ରଙ୍କ ରଚିତ ଏକ ସୁନ୍ଦର ଓଡ଼ିଆ କବିତା — “ହେମନ୍ତ”। ଏହି କବିତାରେ ହେମନ୍ତ ଋତୁର ସ୍ୱଭାବ, ପ୍ରକୃତିର ଶୋଭା, ଗ୍ରାମୀଣ ଜୀବନର ମାଧୁର୍ୟ ଏବଂ ସାମାଜିକ-ଧାର୍ମିକ ଭାବନାର ଗୁଫା ଅଦ୍ଭୁତ ଭାବରେ ମିଶିଛି।ପ୍ରଥମ ସ୍ତବକରେ ତିନି ମୌସୁମୀ ସୁନ୍ଦରୀର ବିଦାୟ ଓ ହୈମନ୍ତିକ ବାୟୁର ଆଗମନ ଦ୍ୱାରା ଋତୁ ପରିବର୍ତ୍ତନକୁ ଅର୍ଥପୂର୍ଣ୍ଣ ଭାବରେ ଆଙ୍କିଛନ୍ତି। ପରବର୍ତ୍ତୀ ଶୃଙ୍ଖଳାଗୁଡ଼ିକରେ କେଦାର, ଧାନ, ନଦୀ, ଝାଉ ଜଙ୍ଗଲ, ପଶୁପକ୍ଷୀ, ହଂସମଣ୍ଡଳୀ, ଏବଂ ଗ୍ରାମ ପରିବେଶର ଚିତ୍ରଣ ଦ୍ୱାରା ହେମନ୍ତ ଋତୁର ସଜିବ ଧରାକୁ ଦୃଶ୍ୟମାନ କରିଛନ୍ତି।ଶେଷ ସ୍ତବକଗୁଡ଼ିକ ଧାର୍ମିକ ଭାବନା ସହିତ ଗଭୀର ମନୁଷ୍ୟତାର ବାର୍ତ୍ତା ଦେଇଛି — ଶାନ୍ତି ଓ ସମୃଦ୍ଧିର ସାମ୍ଞ୍ଞସ୍ୟ, ପୂର୍ବଜ ସ୍ମରଣ, ଦେବୀ