ଗଣେଶ ପୂଜା
ସାରଦା ପ୍ରସାଦ ମିଶ୍ର
ମେଘ ମେଦୁରିତ ଆକାଶ ବୁକେ
ତପ୍ତ ତପନ ଶାନ୍ତ
ଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ତିଥି
ଧୀରେ ବହୁଛି ବାତ ।
ଗିରି ଚୁଡ଼ା ଡେଇଁ ସମୀର ଉଲ୍ଲାସେ
ବହେ ସାଗର ଛୁଇଁ
ମତୁଆଲା ହୋଇ ତରଙ୍ଗ ଆନନ୍ଦେ
ବେଳା ବକ୍ଷେ ଲୋଟଇ ।
ଗ୍ରାମ ନଗର ପଲ୍ଲୀ ପୁରେ ଆଜି
ଆନନ୍ଦ ଉଲ୍ଲାସ ଖେଳେ
ଜ୍ଞାନ ବିଦ୍ୟାର ସ୍ଥପତି ଗଣପତି
ବିଜୟ ଧର। ତଳେ ।
ସଜ୍ଜିତ ମଣ୍ଡପ ପୁଷ୍ପ ପଲ୍ଲବେ
ସଙ୍ଗୀତ ଶୁଭେ ଉଚ୍ଚେ
ଗଣ ନାୟକଙ୍କ ମୃଣ୍ମୟ ମୂର୍ତ୍ତି
ଶୋଭାପାଏ ପୁଷ୍ପ ଗୁଚ୍ଛେ।
ବିପ୍ର କଣ୍ଠରୁ ଉଚ୍ଚ।ରିତ ମନ୍ତ୍ର
ଧୂପ ଝୁଣାର ବାସ
ପବନେ ପବନେ ପ୍ରସରି ଯାଏ
ଚହଟାଇ ଚଉପ।ଶ ।
ଜନନୀ ଆଦେଶେ ଶୈଶବ କାଳେ
ପିତାଙ୍କୁ ରୋଧିଲେ ଦ୍ଵାର
କୋପେ ଶଙ୍କର ପ୍ରହାରି ତ୍ରିଶୂଳ
କାଟିଥିଲେ ତାଙ୍କ ଶିର ।
ପରଶୁ ରାମଙ୍କ ପରଶୁ ପ୍ରହାରେ
ହରାଇ ଥିଲେ ଦନ୍ତ
ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରେ
ହେଲେ ସର୍ବାଗ୍ରେ ପୂଜିତ ।
ମହାନ ଗ୍ରନ୍ଥ ମହାଭାରତକୁ
ବ୍ୟାସ କରିଲେ ଆବୃତ୍ତି
ନିଜର ଭଗ୍ନ ଦଶନେ ମହାକାବ୍ୟ
ଲେଖିଥିଲେ ଗଣପତି ।
ସେହି ଗଣେଶଙ୍କ ପୂଜା ଦିନ ଆଜି
ସମାରୋହରେ ପାଳିତ
କର ସୁଦୟା ହେ ବିଘ୍ନ ନାଶକ
ବିନାଶ ହେଉ ଦୁରିତ ।
