କରାଣ୍ଡିଆ

ସାରଦା ପ୍ରସାଦ ମିଶ୍ର

କବିତାର ଶୀର୍ଷକ କୁ ଦେଖି
ପାଠକେ ବିସ୍ମିତ ହୋଇ ବୁଜିଦେବେ ଆଖି
ମନେ ମନେ ବୁଡ଼ିଯିବେ ଭ।ବନ।ରେ
ଇତିହାସ କି ଭୂଗୋଳ କିଛି ନାହିଁ ଲେଖି ।

pexels-photo-29705625-29705625.jpg


ଛୋଟ ଏକ ନଈ ନୁହେଁ ଗଙ୍ଗା ଗୋଦାବରୀ
ନୁହେଁ ମହାନଦୀ ଅବା ନର୍ମଦା କାବେରୀ
ଆମ ଗାଁ ପାଖ କୁଳୁ କୁଳୁ ନାଦେ ପ୍ରବାହିତ
ଯାର ଜଳ ରହିଅଛି ଆମ ରକତରେ ଭରି।
କର।ଣ୍ଡିଆ ସ୍ରୋତସ୍ଵିନୀ ଅଟେ ଲୁଣା କନ୍ୟା
ଯାର ଅଙ୍ଗେ ଶ୍ରାବଣରେ ବହିଯାଏ ବନ୍ୟା
କ୍ଷୁଦ୍ର ଶରୀରରେ ଜଳ ହୁଅଇ ପ୍ଲାବିତ
ଅନ୍ତେବାସୀ ଜଳଜୀବ ହୋଇଯାଆନ୍ତି ଧନ୍ୟା ।
ଲୁଣା ଠାରୁ ଜନ୍ମ ଲଭି କୁଳୁସ।ହି ଠାରେ
ଆମ ଗ୍ରାମ ପାଖେ ପାଖେ ଧୀରେ ଗତି କରେ
ତୋୟ ଦାନେ ତୋଷି ବେନି କୂଳ ବାସୀ
ଶେଷରେ ମିଶଇ ଯାଇ ମାତା ଲୁଣ।ର ଅଙ୍ଗରେ।
ବେନି ତଟ ଭୂମି ତାର ଅତି ଉରୁବର
କୃଷକ ପୋଷକ ଶସ୍ୟଶାଳୀ ଚିର ସୁଶ୍ୟାମଳ
ଉର୍ବର ମୂର୍ତ୍ତିକ। ତଟିନୀ ର ମଧୁର ସଲିଳ
ଉପୁଜାଏ ବର୍ଷ ସାରା ସୁନାର ଫସଲ ।

pexels-photo-709552-709552.jpg


ତଟ ବାସୀ ଅବଗ।ହୀ ସେ ସ୍ୱଚ୍ଛ ସଲିଳ ରେ
ପୁଲକିତେ ଚାଲିଯାଆନ୍ତି ନିଜ କର୍ତ୍ତବ୍ୟ ପଥରେ
ନଦୀ ଜଳୁ ନାନା ଉପାୟରେ ମାଛ ଧରି
ଭୋଜନ କରନ୍ତି ଅବା ବିକନ୍ତି ଗ୍ରାମରେ ।
ନଦୀ ବନ୍ଧେ ଗ୍ରାମ ଗାଈ ଗୋରୁ ବୃନ୍ଦ
ରୋମନ୍ଥ ନ୍ତୀ ତୃଣ ଲାଞ୍ଜ ପିଟି ହୋଇଣ ଆନନ୍ଦ
ଗୋପାଳକ ଖୁସି ମନେ ବଜାଏ ବଇଁଶୀ
ମଧୂପ ଆମ୍ବ ବଉଳୁ ଶୋଷେ ମକରନ୍ଦ ।
ସନ୍ଧ୍ୟାର ନଦୀକୂଳର ଶୀତଳ ସମୀର
ଆହରଣ ପାଇଁ ତଟେ ଭ୍ରମନ୍ତି ନାରୀ ଏବଂ ନର
ଆକାଶେ ତାରକା ପୁଞ୍ଜ ହୋଇଗଲେ ଦୃଶ୍ୟ
ଫେରି ଯାଆନ୍ତି ଆପଣା ଆପଣାର ଘର ।
ସେହି ନଦୀ ତଟେ ବିତିଛି ବାଲ୍ୟ ଓ କୈଶୋର
ସନ୍ତରଣ ଶିଖାଇଛି ସେହି ନଦୀ ଜଳ
ବୃଦ୍ଧ କ।ଳେ ତାର ଅଙ୍ଗ କରି ଦରଶନ
ମାନସ ପଟରେ ସ୍ମୃତି ଜ।ଗେ ବିଗତ ଦିନର।

Leave a Comment

Your email address will not be published. Required fields are marked *