ସୂର୍ଯ୍ୟାର୍ଘ୍ୟ
ତପନ ନାୟକ
ତୀର୍ଥ ପୁଷ୍କରିଣୀ ଚନ୍ଦ୍ରଭାଗା କୂଳେ,
ଭକ୍ତିର ଜୁଆର ଉଛୁଳେ…
ଅନ୍ଧକାର ନାଶି ଆସୁଛନ୍ତି ପ୍ରଭୁ,
ସପ୍ତ ଅଶ୍ୱ ଚଢ଼ି ହେଳେ ।
ଶାମ୍ବ ପାଇଥିଲେ ମୁକ୍ତିର ମାର୍ଗ,
ସେହି ପବିତ୍ର ଏ ବାରି…
ଶ୍ରଦ୍ଧାରେ ଢାଳୁଛି ପ୍ରଣାମ ଅର୍ଘ୍ୟ,
ଦୁଃଖ ଯାଉ ମୋର ସରି ।
ଅର୍କକ୍ଷେତ୍ରର ସୁନେଲି ବାଲିରେ,
ଜାଳିଦିଅ ପ୍ରେମ ଦୀପ…
ତୁମରି ଆଲୋକେ ଆଲୋକିତ ହେଉ,
ସଭିଙ୍କର ମନ ପାପ ।
ଜୟ ଜୟ ହେ ସୂର୍ଯ୍ୟ ନାରାୟଣ,
ଜୟ ହେ ଜଗତ ଆଖି…
ତୁମରି କରୁଣା ଆମ ସାଥେ ଥାଉ,
ଚନ୍ଦ୍ରଭାଗା ହେଉ ସାକ୍ଷୀ ।
🙏 ଓଁ ସୂର୍ଯ୍ୟାୟ ନମଃ 🙏
ମାଘ ସପ୍ତମୀର ଅନେକ ଅନେକ ଶୁଭକାମନା!
ନିଜ ମାଟିରେ ଶରଣାର୍ଥୀ
ଶ୍ରୀମନ୍ଦିରରେ ମକର ଚାଉଳର ମହକ : ଏକ ଭକ୍ତିଭରା କାହାଣୀ


Pingback: Who Should Undertake Continuous Pilgrimage for Devata Darsan? - UniverseHeaven
Pingback: Fitment Factor, Pension Revision and Constitutional Mandate : Why the 8th Pay Commission Must Deliver Substantive Justice to Pensioners ? - UniverseHeaven 8th Pay Commission: Pension Revision & Fitment Factor 3.0 Demand