anu-paramanu-gyan-odia

ଅଣୁ ଓ ପରମାଣୁ

anu-paramanu

ବିଜ୍ଞାନ ବିଷୟେ ଆସ ପିଲାମାନେ
କରିବାଟି ଆଲୋଚନା
ଚିନି ଲୁଣ ବାଲି ହୀରା ତମ୍ବା ସୁନା
ଆଦି ବସ୍ତୁରେ ହୁଅନ୍ତି ଗଣା ।
ଭାରତୀୟ ଦାର୍ଶନିକ ମହର୍ଷି କଣ।ଦ
କହିଲେ କଥା ଗୋଟିଏ
ପଦାର୍ଥକୁ ଯଦି ଭାଙ୍ଗି ଭାଙ୍ଗି ଯିବା
କ୍ଷୁଦ୍ରତମ ଭାଗ ଯିଏ ।
ତାହାର ନାମଟି ଅଟେ ପରମାଣୁ
ବସ୍ତୁ ସର୍ବ ଶେଷ ଅଂଶ
କ।ତ୍ୟାୟମ ନାମେ ଅନ୍ୟ ଭାରତୀୟ
ପୁନଶ୍ଚ କଲେ ପ୍ରକାଶ ।
ପରମାଣୁ କେବେ ଏକାକୀ ନରହି
ସାଥୀ ହୋଇ ରହିଥାଏ
ଏ ମିଳିତ ପରମାଣୁ କୁ ଅଣୁ ନାମେ
ପରିଚିତ କଲେ ସିଏ ।
ଅଷ୍ଟାଦଶ ଶତାବ୍ଦୀରେ ବୈଜ୍ଞାନିକ
କରି ନାନା ଗବେଷଣା
ବସ୍ତୁତ୍ଵ ସ୍ଥିର ରାସାୟନିକ କ୍ରିୟାରେ
କରିଲେ ଏହି ଘୋଷଣା ।
ଲାଭା ସାୟାର ନାମେ ବୈଜ୍ଞାନିକ
ପରୀକ୍ଷା ଗୋଟିଏ କଲେ
ପ୍ରକ୍ରିୟା ରେ ଥିବା ବସ୍ତୁ ଓଜନ
ଅଲଗା ଅଲଗା ନେଲେ ।
ପ୍ରତିକ୍ରିୟା ପରେ ଉତ୍ପନ୍ନ ବସ୍ତୁର
କଲେ ମିଳିତ ଓଜନ
ଅଂଶୀଦାର ଙ୍କ ଓଜନ ସହ ଉପଜ
ବସ୍ତୁ ର ଓଜନ ସମାନ।
ରାସାୟନିକ କ୍ରିୟାରେ ବସ୍ତୁ ନୂଆ
ସୃଷ୍ଟି କିମ୍ବା ହୁଏନି ନାଶ
“ବସ୍ତୁତ୍ଵ ସଂରକ୍ଷଣ ନିୟମ” ନାମେ
କରିଲେ ମତ ପ୍ରକାଶ।
ପ୍ରୋଷ୍ଟ ନାମେ ଅନ୍ୟ ଜଣେ ବୈଜ୍ଞାନିକ
ପରୀକ୍ଷା ନିରୀକ୍ଷା କରି
ସ୍ଥିର ଅନୁପାତ ର ନିୟମ ତଥ୍ୟ
ବିଶ୍ଵ ମୁଖେ ଦେଲେ ଖୋଲି ।
ଏକ ରାସାୟନିକ ଯୌଗିକ ବସ୍ତୁରେ
ଥିବା ମୌଳିକ ପଦାର୍ଥ
ସବୁବେଳେ ରହିଥାଏ ଏକତ୍ରିତ
ଧରି ଏକା ଅନୁପାତ ।
ଏ ଦୁଇ ତଥ୍ୟର ଅନୁଧ୍ୟାନ ପରେ
ବୈଜ୍ଞାନିକ ଡ଼ାଲଟନ୍
“ଆଣବିକ ତଥ୍ୟ ” ବିଶ୍ୱେ ଭେଟି ଦେଲେ
ଅଣୁ ପରମାଣୁ ଜ୍ଞାନ ।

Happy Moments India
ସେଇ “ମା”

1 thought on “ଅଣୁ ଓ ପରମାଣୁ”

  1. Pingback: ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣିମା - UniverseHeaven

Leave a Comment

Your email address will not be published. Required fields are marked *