ସରଗୁ ବ।ରତା
ସାରଦା ପ୍ରସାଦ ମିଶ୍ର
ସରଗ ରାଇଜୁ ବୋଲଇ ଗାନ୍ଧିଜୀ
ଶୁଣ ମୋ ଦେଶ ବାସୀ
ରାବଣ ସଙ୍ଗତେ ତୁଳନା କରିଛ
ସେଥିପାଇଁ ହେଉଛି ଖୁସି ।
ଚମ୍ପାରନର ନୀଳ ଚାଷୀ ଶ୍ରଦ୍ଧାରେ
ଡାକିଥିଲେ ମହାତ୍ମା
ଏବେ କେତେ ଲୋକ କହିଛନ୍ତି ମୋତେ
ମୁଁ ଏକ ମିଛ ମହ।ତ୍ମା ।
ମୋତେ ମାରିଥିବା ନ।ଥୁର।ମ ଙ୍କୁ
ତୁମେ କହୁଛ ରାମ
ମୋତେ ମାରିବା ତ ପାଇଁ ହୋଇଥିଲା
କେବଳ ଗୋଟିଏ କାମ ।
ସିଙ୍ଗାପୁର ଠାରେ ସୁଭାଷ ମୋତେ ଯେ
କାହିଁକି କହିଲା ବାପୁ
ମନେ ପଡୁନାହିଁ କେବେ ମୁହିଁ ଏହା
କହିଥିଲି କହିବାକୁ ।
ଏହି ସବୁ କଥା କହି ବୋଲି ଯଦି
ତୁମେ ହେଉଛ ସନ୍ତୁଷ୍ଟ
ସେଥିପାଇଁ ମୋର ମନ ମଧ୍ୟେ ଏବେ
ତିଳେ ହେଲେ ନାହିଁ କଷ୍ଟ ।
ପଚାର ଅବା ନପଚ।ର ତୁମେ
ଆଜି ମୋ ଜନମ ଦିନେ
ଏବେ ଏସବୁର କିଛି ଫରକ ଆସୁନି
ଏହିଠାରେ ମୋର ମନେ ।
କହୁଛି ତୁମକୁ ତୁମ ଚାରିପାଖେ
ଥିବା ଦଳିତ ଦୁର୍ବଳ ଲୋକ
କର କିଛି ସେବା ସେମାନଙ୍କ ପାଇଁ
ଘୁଞ୍ଚୁ କିଛି ତାଙ୍କ ଦୁଃଖ।
ଅନଳେ ଦଗଧ ନ ହୁଅନ୍ତୁ ଆଉ
କେଉଁ ସରଳା ଅବଳା
ହିଂସାର ତାଣ୍ଡବ ବନ୍ଦ କର ବନ୍ଧୁ
ତୁମକୁ ର।ଣ ରହିଲା
ମା ଆସୁଛନ୍ତି
ଗ୍ରହଣର ଅଟ୍ଟହାସ
ଗୁରୁ ଦିବସ


ସାରଦା ପ୍ରସାଦ ମିଶ୍ରଙ୍କ “ସରଗୁ ବାରତା” ଦେଶର ସାମ୍ପ୍ରତିକ ସ୍ଥିତି କୁ ନେଇ,ଏକ ସାରଗର୍ଭିତ ଓ ସଚେତନତାଦାୟକ କବିତା। କବି ଗାନ୍ଧୀଜୀଙ୍କ ସ୍ୱରକୁ କଳ୍ପନାରେ ଆଣି, ମାନବତା, ଅହିଂସା ଓ ସମାଜସେବାର ସନ୍ଦେଶକୁ ସତ୍ୟ ସରଳତାରେ ପ୍ରକାଶ କରିଛନ୍ତି। କବିଙ୍କ ଧୀର, ସ୍ପଷ୍ଟ ଓ ମାନବତାପୂର୍ଣ୍ଣ କବ୍ୟଧାରା ପାଠକଙ୍କ ମାନଙ୍କ ହୃଦୟକୁ ଆନ୍ଦୋଳିତ କରୁଛି – ତାଙ୍କର ଏହି ଶ୍ରେଷ୍ଠ ପ୍ରୟାସ ପ୍ରଶଂସାନୀୟ।🙏