ବାସି ରଥ
ସାରଦା ପ୍ରସାଦ ମିଶ୍ର
ଉତ୍କଳ ଜାହ୍ନବୀ ମହାନଦୀ ଶାଖା
ଭଣ୍ଡୁଆ ଓ ବଡ ନଦୀ
ଏ ଦୁଇ ତଟିନୀ ମଧ୍ୟେ ଥିବା କ୍ଷେତ୍ର
କୁଜଙ୍ଗ ନାମେ ପ୍ରସିଦ୍ଧି ।
ମହୋଦଧି ସନ୍ନିକଟ ଏହି ଭୂମି
‘ଅଶ୍ଵତ୍ଥ କ୍ଷେତ୍ର ‘ ର ନାମେ
ପ୍ରସାରିତ ଲଭେ ଜନ ମୁଖେ ଆଜି
ଇତିହାସ ତାହା ଜାଣେ ।
ବଙ୍ଗଳ। ନବାବ ସୁଲେମାନ କର।ଣୀ
ତାଙ୍କ ଥାଟ ସେନାପତି
କଳା ପାହାଡ଼ ନାମଧାରୀ ନିଷ୍ଠୁର
ହିନ୍ଦୁ ବିଦ୍ଵେଷୀ ବ୍ୟକ୍ତି ।
ଆକ୍ରମଣ କରି ପୁରୀ ଶ୍ରୀମନ୍ଦିରୁ
ବିଗ୍ରହ ମାନଙ୍କୁ ଧରି
ହସ୍ତୀ ପରେ ରଖି ସୈନ୍ୟ ସେନା ସହ
ଉତ୍କଳ ହୋଇଲା ପାରି ।
ପୂତନୀରା ଗଙ୍ଗା କୂଳେ ଅଗ୍ନି ଜାଳି
ବିଗ୍ରହ କଲା ନିକ୍ଷେପ
ସଙ୍ଗେ ସଙ୍ଗେ ଭୟଙ୍କର ବ୍ୟାଧି
ତା ଶରୀରକୁ କଲା ଗ୍ରାସ ।
ଖଣ୍ଡ ଖଣ୍ଡ ହୋଇ କଳାପାହାଡ଼ର
ଫାଟିଗଲା ସ୍ୱଶରୀର
ଭୟେ ତାର ପୁତ୍ର ଅର୍ଦ୍ଧ୍ ଦଗ୍ଧ ମୂର୍ତ୍ତୀ
ବିସର୍ଜିଲା ଗଙ୍ଗା ନୀର ।
ଏହି କୁଜଙ୍ଗ ର ବିଶର ମହାନ୍ତି
ବୈଷ୍ଣବ ରୂପକୁ ଧରି
ଅର୍ଦ୍ଧଦଗ୍ଧ ଦିଅଁ ବିଗ୍ରହ ମଧ୍ୟରୁ
ବ୍ରହ୍ମଙ୍କୁ ଉଦ୍ଧାର କରି ।
ଅତି ସନ୍ତର୍ପଣେ ଦିଅଙ୍କର ବ୍ରହ୍ମ
ଭରିଲେ ନିଜ ମୃଦଙ୍ଗ
ବହୁ ବାଧା ବିଘ୍ନ ଅତିକ୍ରମ କରି
ଫେରି ଆସିଲେ କୁଜଙ୍ଗ ।
କୁଜଙ୍ଗ ର ନୃପ ବ୍ରହ୍ମ ମଣି ନେଇ
ମୂର୍ତ୍ତି ମନ୍ଦିରେ ସ୍ଥାପିଲେ
କୁଞ୍ଜ ବିହାରୀ ନାମରେ ଶ୍ରୀ ବିଗ୍ରହ
ସେଠାରେ ପୂଜିତ ହେଲେ।
ଶେଷେ ଶ୍ରୀମନ୍ଦିର ରତ୍ନ ସିଂହାସନେ
ଆସି ହେଲେ ଉପନୀତ
କୁଜଙ୍ଗ ନରେଶ ଅନନ୍ତ ନରେନ୍ଦ୍ର
ପ୍ରଭୁ ପରମ ସେବକ
ଶ୍ରୀ ମନ୍ଦିର ପ୍ରଭୁ ବାହୁଡ଼ି ଯିବାରୁ
ପାଇଲେ ପରମ ଦୁଃଖ ।
ଆପଣା ନବରେ ପ୍ରଭୁଙ୍କ ପୂଜନ
ପାଇଁ ଥିଲା ତାର ଆଶା
ଭକତର ପ୍ରଭୁ କାଳିଆ ସାଆନ୍ତ
ସ୍ୱପ୍ନେ ଦେଲେ ତାକୁ ଦେଖା ।
ଶ୍ରୀ ଗୁଣ୍ଡିଚା ପର ଦିନ ତାଙ୍କ ରଥେ
ବସିବେ ତାଙ୍କ ରଥରେ
ଶ୍ରୀଗୁଣ୍ଡିଚା ପରଦିନ ରଥ ଟଣା
ହୋଇଥାଏ କୁଜଙ୍ଗରେ ।
କୁଜଙ୍ଗ ରଥକୁ ବାସି ରଥ ବୋଲି
ସେଇ ଦିନୁ ହେଲା ଡାକ
ଭକ୍ତ ବିଶର ମହାନ୍ତି ସଙ୍ଗେ ରାଜା ଙ୍କୁ
ଦୟ।କଲେ ପଦ୍ମମୁଖ ।
ଚନ୍ଦ୍ରଭାଗା ତୀର୍ଥ ଓ ଅର୍କକ୍ଷେତ୍ରର ସେଇ ପବିତ୍ର ପ୍ରଭାତ…
ସୂର୍ଯ୍ୟାର୍ଘ୍ୟ
ହିଟଲରଙ୍କ ସାମ୍ନାରେ -ନେତାଜୀ


Pingback: ଯେବେ ଲତାଙ୍କ କଣ୍ଠଶିଳ୍ପୀ ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା… - UniverseHeaven