କବିତା
ସାରଦା ପ୍ରସାଦ ମିଶ୍ର
କାଗଜର ବୁକୁପରେ
କବିତାକୁ କବି ଗଢେ
ରୂପ ପାଏ ତାହାର ଭାବନା
ପାଠକ ଙ୍କୁ ଯଦି ଖୁସି
କବିତାଟି ଦିଏ ଆସି
ସାର୍ଥକ ହୁଅଇ ତା କଳ୍ପନା ।
କବିର ସରଳ ପ୍ରାଣ
ଦୁଃଖେ ହୁଏ ମ୍ରିୟମାଣ
ଯଦି ମୁଖ ଫେରାଏ ପାଠକ
ପଡ଼ି ଉଠି ଚାଳେ ପାଦ
ଏଡିଦେଇ ଅପବାଦ
ମାଡ଼ି ଚାଲେ ପଛେ ଫିଙ୍ଗି ଦୁଃଖ ।
ଲୁବ୍ଧକ ନିଷ୍ଠୁର ଶର
ପ୍ରେମୀ କ୍ରଉଁଚ ଯୁଗଳର
ମିଳନ ରେ କରିଥିଲା ନାଶ
ହୋଇ ଶୋକ ଜର୍ଜରିତ
ଲେଖିଥିଲା ଆଦ୍ୟ ଗୀତ
ଶ୍ଲୋକ ରୂପେ ହୋଇଲା ପ୍ରକାଶ ।
ବର୍ଣ୍ଣନା କଲା ପୁରାଣ
ବୋଧ ଗମ୍ୟ ଶବଦେନ
ସମାଜରେ ବିତରିଲା ଜ୍ଞାନ
ବନ ପରବତ ଶୋଭା
ସାଗରର ମନଲୋଭା
କାନ୍ତି କଲା ତା ଚିତ୍ତ ହରଣ ।
ଶହୀଦ ବାଳକ ଚିତା
କଲା ତାକୁ ବିଚଳିତା
ହୃଦୟରୁ ସ୍ରବିଲା କବିତା
ସମାଜେ ଚଳିତ ପ୍ରଥା
ଅମାନବୀୟ ନିଷ୍ଠୁରତ।
ଦେଇଥିଲା ତ।ରେ ମହାବ୍ୟଥ। ।
କଳ୍ପନା କରି ପ୍ରକାଶ
ସଜାଇ ଶବ୍ଦ ବିନ୍ୟାସ
କବିତାକୁ ସୃଷ୍ଟି କଲା କବି
କେବେ ପ୍ରକାଶିଲ। କ୍ରୋଧ
କେବେ ନୀରବ ପ୍ରତିବାଦ
ପ୍ରକାଶିଲା ସେହି ଅନୁଭବି।

ଅଶାନ୍ତ କଟକ

