ଓଡ଼ିଆ କବିତା

ସଞ୍ଜବେଳେ ପ୍ରଭୁ ତୋତେ ଖୋଜେ ମୋର ମନ

“ସଞ୍ଜବେଳେ ପ୍ରଭୁ ତୋତେ ଖୋଜେ ମୋର ମନ”

“ସଞ୍ଜବେଳେ ପ୍ରଭୁ ତୋତେ ଖୋଜେ ମୋର ମନ” ​​ସକାଳେ ତୋ ନାମ ନେଇ କଲି କାର୍ଯ୍ୟ ଆରମ୍ଭ,ଦିନସାରା ମାୟା ଜାଲେ ଭୁଲିଲି ତୋ ନାମ ।।ସଞ୍ଜବେଳେ କର୍ମ ସାରି ଆସିଲି ତୋ ପାସେ ,ଦୀନ ପାପୀ ସାଜି ପ୍ରଭୁ ମାଗେ ତୋର ପାସେ ।।​​ସକାଳର ପ୍ରଭାତେ ମୁଁ ସ୍ମରିଲି ତୋ ଶ୍ରୀମୁଖ,ସଂସାର କର୍ତ୍ତବେ ପୁଣି ଭୁଲିଗଲି ସବୁ ।।ସଞ୍ଜ ନଇଁ ଆସନ୍ତେ ଯେ ଫେରିଆସେ ମତି,ତୋ ଚରଣେ ମଥା ନୋଇଁ ମାଗଇ ସଦ୍‌ଗତି ।।​​ସାଂସାରିକ ମୂର୍ଖ ମୁହିଁ […]

“ସଞ୍ଜବେଳେ ପ୍ରଭୁ ତୋତେ ଖୋଜେ ମୋର ମନ” Read More »

samudra-puja

ସମୁଦ୍ର ଆଗରେ ମୁଁ ଓ ମୋର ଆତ୍ମା

ସମୁଦ୍ର ଆଗରେ ମୁଁ ଓ ମୋର ଆତ୍ମା ଲୋକନାଥ ମିଶ୍ର ଶନିବାର ସକାଳ—ମହୋଦଧି ମଧ୍ୟ ପୂଜା କରୁଥିଲା,ଗୋବିନ୍ଦ ଦ୍ୱାଦଶୀର ନାମରେ,ସମୟ ଧୀରେ ଚାଲୁଥିଲା । ମୋ ସହିତ ଥିଲେ ମୋର ସହଧର୍ମିଣୀ—ହାତରେ ହାତ ନୁହେଁ,ମନରେ ମନ ଧରିଆମେ ଚାଲିଥିଲୁସମୁଦ୍ର ଦିଗକୁ । ମହୋଦଧି ସେଦିନପାଣି ନୁହେଁ—ସେ ଥିଲା ଜୀବନର ଦର୍ପଣ,ଯେଉଁଠି ମୁଁ ଦେଖିଲିମୋ ଅପୂର୍ଣ୍ଣତାଓ ଭଗବାନଙ୍କର କୃପା । ସାହି ସ୍ନାନ—ଲହରୀ ଛୁଇଁଲା ଦେହ,କିନ୍ତୁ ଭିଜିଗଲା ଆତ୍ମା ।ଯେଉଁ ପାପକୁମୁଁ ନାମ ଦେଇପାରୁନଥିଲି,ସେଗୁଡ଼ିକ ନୀରବେପାଣିରେ ମିଶିଗଲା ।

ସମୁଦ୍ର ଆଗରେ ମୁଁ ଓ ମୋର ଆତ୍ମା Read More »

Jagannath Darshan

ତୀର୍ଥଯାତ୍ରାର ପୂର୍ଣ୍ଣତା

ତୀର୍ଥଯାତ୍ରାର ପୂର୍ଣ୍ଣତା ଶ୍ରୀଜଗନ୍ନାଥ ଦର୍ଶନରେ ଲୋକନାଥ ମିଶ୍ର ତୀର୍ଥ ପଥେ ଚାଲି ଚାଲି, ଶତ ନଦୀ ପାର,ଧର୍ମର ଡାକ ଶୁଣି ଯାଇ, ମନ ହେଲା ପ୍ରସାର ।ଚାରି ଧାମର ଧୂଳି ଲାଗି, ଦ୍ୱାଦଶ ଜ୍ୟୋତି ଦେଖି,ତଥାପି ହୃଦୟ କହୁଥିଲା— “ଅଧୂରା ରହିଛି କିଛି” । ସୋମନାଥର ସନ୍ଧ୍ୟା ଆରତୀ, ଶଙ୍ଖ ଧ୍ୱନି ମଧୁର,ଶିବ ଲିଙ୍ଗେ ଜ୍ୟୋତି ଖେଳିଲା, ଚିତ୍ତ ହେଲା ପବିତ୍ର ।ଶିବ କହିଲେ ନିରବେ— “ଏଠି ନୁହେଁ ଶେଷ,ପୁରୁଷୋତ୍ତମ କ୍ଷେତ୍ରେ ଯାଅ, ସେଠି ମିଳିବ ଲେଶ”

ତୀର୍ଥଯାତ୍ରାର ପୂର୍ଣ୍ଣତା Read More »

Mango Tree Nostalgia

ବକୁଳର ଖେଦ

ବକୁଳର ଖେଦ ସାରଦା ପ୍ରସାଦ ମିଶ୍ର ଆମ ବାଡି ଆମ୍ବ ତରୁବକୁଳେ ଶୋଭିତ ଚାରୁମନ ମାରି ରହିଛି ମଉନେମୂର୍କି ହସେ ମତେ ଦେଖିକହିଲା ରହିଛି ସାକ୍ଷୀଯାହା ଘଟି ଯାଇଛି ତୁମରି ଜୀବନେ।ଘର ଛାଡ଼ି ଚାଲିଗଲସହରେ ଯାଇ ରହିଲମଝିରେ କେବେ କେବେ ପାଉ ଦରଶନମୋର ମନର ଭାବନାକରି ଅନୁମାନ ସିନାକହିଲା ସମୟ ବଡ ବଳବାନ।ଏହି ଦେଖ ମୁଁ ସୁନ୍ଦରୀସେପଟେ ବେଲ ପତିରିକାଳେଇ ଓ ରସୁଣିଆ ଅଛି ପଛେଗୁରୁଡ଼ି ଆମ୍ବ ଗଛ ଟିକହୁଛି ଭୁଲି ଗଲକିଗୁଡ ପରି ମୋର ସ୍ଵାଦ

ବକୁଳର ଖେଦ Read More »

Somnath Temple,

ସୋମନାଥ

ସୋମନାଥ ଲୋକନାଥ ମିଶ୍ର ନିୟମ କହେ—ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରାରପ୍ରଥମ ପଦଚିହ୍ନ ସୋମନାଥ ।ମୋ ଭାଗ୍ୟ କିନ୍ତୁସେହି ପୁରୁଣା ପୁସ୍ତକକୁ ଉଲଟାଇଶେଷ ପୃଷ୍ଠାରେ ମୋ ନାମ ଲେଖିଦେଲା । ୯.୨.୨୬—ଏକ ସାଧାରଣ ତାରିଖ,କିନ୍ତୁ ମୋ ପାଇଁଏକ ଶେଷ ଆରମ୍ଭ । ଆରବ ସମୁଦ୍ରର କୂଳରେଦଣ୍ଡାୟମାନ ସୋମନାଥ—ଲହରୀର ଶ୍ୱାସ ଭିତରେଶିବଙ୍କର ନିରବ ନାଦ ।ପାଦତଳେ ବାଲୁକା,ମନ ଭିତରେ ଶତାବ୍ଦୀର ଭଙ୍ଗାଚୁରା । ଆରତିର ଆଲୋକଅନ୍ଧାରକୁ ଧୀରେଧୀରେ ଖୋଲିଦେଲା,ଘଣ୍ଟାର ଧ୍ୱନିମୋ ଭିତରର କ୍ଳାନ୍ତିକୁକମ୍ପିତ କରିଦେଲା ।ସାଉଣ୍ଡ ଏଣ୍ଡ ଲାଇଟ—ଇତିହାସ ଏଠାରେ କଥା

ସୋମନାଥ Read More »

SOMANATH

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି ଲୋକନାଥ ମିଶ୍ର (ଉଜ୍ଜୟିନୀରୁ ସୋମନାଥ ପର୍ଯ୍ୟନ୍ତ) ସେମାନଂକ ସହମୁଁ ଉଜ୍ଜୟିନୀକୁ ଆସିଥିଲି—ଗୀତାର ତିନି ସହେଲୀ,ସେମାନଙ୍କ ସ୍ୱାମୀ,ଭାଇ ଓ ଭାଉଜ—ମଣିଷର ଏକ ଛୋଟ ମେଳାଭକ୍ତିର ଏକ ଲମ୍ବା ଯାତ୍ରା ।! ମହାକାଳେଶ୍ୱରର ଦ୍ୱାରେସନ୍ଧ୍ୟା ଆରତିର ଆଲୋକଆମ ମୁହଁରେ ପଡ଼ୁଥିଲା,ଭସ୍ମ ଆରତିରେସମୟ ମଧ୍ୟ ନିଜକୁ ଛାଡ଼ିଶିବଙ୍କ ପାଖେ ନମିଯାଉଥିଲା। କାଳଭୈରବ,ହରସିଦ୍ଧି ମାଆ—ପ୍ରତ୍ୟେକ ମନ୍ଦିରରେଆମ ପାଦଚିହ୍ନ ଥିଲା,ହସ, କଥା, ଭିଡ଼—ଜୀବନ ଭରି ଯାଉଥିଲା । ଓଂକାରେଶ୍ୱର,ମାମଳେଶ୍ୱର—ନର୍ମଦାର ପାଣି ପରିଆମ ମନ ଏକାଠି ବହୁଥିଲା । ତାପରେସେମାନେ

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି Read More »

Basi Ratha Kuajanga

ବାସି ରଥ

ବାସି ରଥ ସାରଦା ପ୍ରସାଦ ମିଶ୍ର ଉତ୍କଳ ଜାହ୍ନବୀ ମହାନଦୀ ଶାଖାଭଣ୍ଡୁଆ ଓ ବଡ ନଦୀଏ ଦୁଇ ତଟିନୀ ମଧ୍ୟେ ଥିବା କ୍ଷେତ୍ରକୁଜଙ୍ଗ ନାମେ ପ୍ରସିଦ୍ଧି ।ମହୋଦଧି ସନ୍ନିକଟ ଏହି ଭୂମି‘ଅଶ୍ଵତ୍ଥ କ୍ଷେତ୍ର ‘ ର ନାମେପ୍ରସାରିତ ଲଭେ ଜନ ମୁଖେ ଆଜିଇତିହାସ ତାହା ଜାଣେ ।ବଙ୍ଗଳ। ନବାବ ସୁଲେମାନ କର।ଣୀତାଙ୍କ ଥାଟ ସେନାପତିକଳା ପାହାଡ଼ ନାମଧାରୀ ନିଷ୍ଠୁରହିନ୍ଦୁ ବିଦ୍ଵେଷୀ ବ୍ୟକ୍ତି ।ଆକ୍ରମଣ କରି ପୁରୀ ଶ୍ରୀମନ୍ଦିରୁବିଗ୍ରହ ମାନଙ୍କୁ ଧରିହସ୍ତୀ ପରେ ରଖି ସୈନ୍ୟ ସେନା ସହଉତ୍କଳ

ବାସି ରଥ Read More »

ମାଘ ସପ୍ତମୀ, ଚନ୍ଦ୍ରଭାଗା, ସୂର୍ଯ୍ୟ ନାରାୟଣ

ସୂର୍ଯ୍ୟାର୍ଘ୍ୟ

ସୂର୍ଯ୍ୟାର୍ଘ୍ୟ ତପନ ନାୟକ ​ତୀର୍ଥ ପୁଷ୍କରିଣୀ ଚନ୍ଦ୍ରଭାଗା କୂଳେ,ଭକ୍ତିର ଜୁଆର ଉଛୁଳେ…ଅନ୍ଧକାର ନାଶି ଆସୁଛନ୍ତି ପ୍ରଭୁ,ସପ୍ତ ଅଶ୍ୱ ଚଢ଼ି ହେଳେ ।​ଶାମ୍ବ ପାଇଥିଲେ ମୁକ୍ତିର ମାର୍ଗ,ସେହି ପବିତ୍ର ଏ ବାରି…ଶ୍ରଦ୍ଧାରେ ଢାଳୁଛି ପ୍ରଣାମ ଅର୍ଘ୍ୟ,ଦୁଃଖ ଯାଉ ମୋର ସରି ।​ଅର୍କକ୍ଷେତ୍ରର ସୁନେଲି ବାଲିରେ,ଜାଳିଦିଅ ପ୍ରେମ ଦୀପ…ତୁମରି ଆଲୋକେ ଆଲୋକିତ ହେଉ,ସଭିଙ୍କର ମନ ପାପ ।​ଜୟ ଜୟ ହେ ସୂର୍ଯ୍ୟ ନାରାୟଣ,ଜୟ ହେ ଜଗତ ଆଖି…ତୁମରି କରୁଣା ଆମ ସାଥେ ଥାଉ,ଚନ୍ଦ୍ରଭାଗା ହେଉ ସାକ୍ଷୀ ।​🙏 ଓଁ ସୂର୍ଯ୍ୟାୟ

ସୂର୍ଯ୍ୟାର୍ଘ୍ୟ Read More »

ତପନ ନାୟକ

ନିଜ ମାଟିରେ ଶରଣାର୍ଥୀ

ନିଜ ମାଟିରେ ଶରଣାର୍ଥୀ ତପନ ନାୟକ ​ଜାନୁଆରୀ ଉଣେଇଶିର ସେ କାଳ ରାତି,ଲିଭିଯାଇଥିଲା ସବୁ ଆଶାର ଜ୍ୟୋତି।ନିଜ ଘର କୋଣେ ଲୁଚିଥିଲା ପ୍ରାଣ,ଚାରିଆଡ଼େ ଶୁଭେ ମୃତ୍ୟୁର ସ୍ଲୋଗାନ। ।।୧।।​ଛାଡ଼ିବାକୁ ପଡ଼ିଲା ପୈତୃକ ସେ ଘର,ନିଜ ଜନ୍ମମାଟି ହୋଇଗଲା ପର।ସେ ପାହାଡ଼, ସେ ବରଫ, ସେ ଝରଣାର ଧାର,ଆଖି ଲୁହେ ଭିଜିଥିଲା କାଶ୍ମୀର ମୋର। ।।୨।।​ହଜିଗଲା ସବୁ ପିଲାଦିନର ସେ ଖେଳ,କଣ୍ଠେ କାତର ସ୍ୱର, ସମୟଟି କାଳ।ନିଜ ଦେଶେ ସାଜିଲୁ ଆମେ ଶରଣାର୍ଥୀ,ଅନ୍ଧାରେ ଖୋଜୁଛୁ ଆଜି ବି ଜୀବନର

ନିଜ ମାଟିରେ ଶରଣାର୍ଥୀ Read More »

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତିସାରଦା ପ୍ରସାଦ ମିଶ୍ର “ଜାଇଫୁଲ ଚୁଡ଼ା ଆଉ ଚାଉଳ ବ।ନ୍ଧଯିବା ସମ୍ବଲପୁରଆସି ହେଲା ମକର” ପୂରୁବେଯୁଗ୍ମ ନୃତ୍ୟ ଥିଲା ଯାତ୍ରାର ।ମକର ସଂକ୍ରାନ୍ତି ହିନ୍ଦୁ ପର୍ବ ତିଥିପୂଜା ଯାଏ ଦିବାକରଦକ୍ଷିଣାୟନ ଗତି ଶେଷ କରିସୂର୍ଯ୍ୟ ଯାଆନ୍ତି ଉତ୍ତର ।କପିଳ ଶ।ପରେ ସାଗର ସନ୍ତାନହୋଇଥିଲେ ଭସ୍ମୀଭୂତପୂର୍ବଜ ଉଦ୍ଧାର ପାଇଁ ଜାହ୍ନବୀଙ୍କୁତପକରି ଭଗୀରଥ।ହର ଜଟା ମଧ୍ୟୁ ପାବନୀ ଗଙ୍ଗ।ଙ୍କୁଆଣିଥିଲେ ଧରାପରେଏଥିପାଇଁ ଏହା ପବିତ୍ର ଦିବସହିନ୍ଦୁ ମାନଙ୍କ ପକ୍ଷରେ ।ଶ୍ରୀ ଜଗନ୍ନାଥ ବଳରାମ ନବାଙ୍କବେଶ କରନ୍ତି ଧାରଣସୋଲେ ନିର୍ମିତ ଶଙ୍ଖ

ମକର ସଂକ୍ରାନ୍ତି Read More »